ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା: ରାଜ୍ୟରେ ୧୮୮ କମ୍ପାନି ଫୋର୍ସ ନିୟୋଜିତ – Kalinga News

[ad_1]
ଭୁବନେଶ୍ବର: ମଙ୍ଗଳବାର ଭୋଟ ଗଣତି। ଏଥିଲାଗି ରାଜ୍ୟବ୍ୟାପୀ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ପ୍ରସ୍ତୁତି ଜୋରଦାର କରାଯାଇଥିବା ଆଇନ ଶୃଙ୍ଖଳା ଏଡିଜି ସଂଜୟ ସିଂହ ସୂଚନା ଦେଇଛନ୍ତି। ଏଥିଲାଗି ରାଜ୍ୟରେ ମୋଟ ୬୯ଟି ଭୋଟ ଗଣତି କେନ୍ଦ୍ର ସହ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଗୋଟିଏ ପୋଷ୍ଟାଲ ବାଲଟ୍ ଗଣତି କେନ୍ଦ୍ର କରାଯାଇଛି। ପ୍ରତ୍ୟେକ ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ସ୍ତରରେ ସିଏପିଏଫ, ଦ୍ବିତୀୟ ସ୍ତରରେ ଏସଏପି ଓ ତୃତୀୟ ସ୍ତରରେ ଓଡ଼ିଶା ପୁଲିସ ମୁତୟନ ହୋଇଛନ୍ତି। ୧୧୫ କମ୍ପାନି ସିଏପିଏଫ, ୭୩ କମ୍ପାନି ଓଡ଼ିଶା ଆର୍ମଡ୍ ପୁଲିସ ଫୋର୍ସକୁ ମିଶାଇ ମୋଟ ୧୮୮ କମ୍ପାନି ଫୋର୍ସ ନିୟୋଜିତ ହେବେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷରେ ଷ୍ଟ୍ରଙ୍ଗରୁମରେ ୨୪ ଘଣ୍ଟିଆ ସିସିଟିଭି ଲାଗିଛି। ପରିଚୟପତ୍ର ପାଇଥିବା ବ୍ୟକ୍ତି ଓ ଅଧିକୃତ ବ୍ୟକ୍ତି ହିଁ କେବଳ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ। କୌଣସି ପରିସ୍ଥିତିରେ କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଯାଇପାରିବ ନାହିଁ। ସବୁ ଭୋଟ ଗଣତି କେନ୍ଦ୍ରକୁ ବ୍ୟାରିକେଡିଂ କରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଭୁବନେଶ୍ବରସ୍ଥିତ ବିଜେବି କଲେଜ ଭୋଟ ଗଣତି କେନ୍ଦ୍ରରେ କିପରି ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି ହେବ ସେଥିଲାଗି ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଠାରେ ଭୋଟ ଗଣତି କେନ୍ଦ୍ର ଚାରିପଟେ ୧୪୪ ଧାରା ଜାରି କରାଯାଇଛି।
[ad_2]