ଅଭିନେତ୍ରୀ ରବିନା ଟଣ୍ଡନ ଭିଡ଼ ଆକ୍ରମଣର ଶିକାର – Kalinga News
[ad_1]
ମୁମ୍ବାଇ: ଜୁନ୍ ୧ ତାରିଖ ରାତିରେ ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଭିଡ଼ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନାନୁସାରେ, ଗତରାତିରେ ବାନ୍ଦ୍ରାର କାର୍ଟର ରୋଡ୍ରେ ଏହି ଘଟଣା ଘଟିଥିଲା। ରବିନା ଯାଉଥିବା କାର୍ଟି ରିଜିଭି କଲେଜ୍ ନିକଟରେ କେତେକ ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ପ୍ରଥମେ ରବିନାଙ୍କ ଗାଡ଼ି ଚାଳକ ଓ ଧକ୍କା ହୋଇଥିବା ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ପ୍ରାୟ ୨୦-୩୦ ଜଣ ମହିଳା ରବିନା ଓ ତାଙ୍କ ଗାଡ଼ିଚାଳକଙ୍କୁ ଘେରି ଯାଇଥିଲେ। ରବିନା ନିଜର ପରିଚୟ ଦେଇ ଉଗ୍ର ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ରବିନାଙ୍କୁ ଠେଲାପେଲା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାର ଭାଇରାଲ୍ ହୋଇଥିବା ଭିଡ଼ିଓରେ ରବିନା ମୋତେ ମାରନାହିଁ ବୋଲି କହିବାକୁ ଶୁଣିବାକୁ ମିଳୁଥିବା ବେଳେ ପୀଡ଼ିତା ମହିଳାଙ୍କ ମଧ୍ୟରୁ ଜଣେ କହିବା ଶୁଣିବାକୁ ମିଳିଥିଲା ଯେ ‘ମୋ ନାକରୁ ରକ୍ତ ବାହାରୁଛି, ତୁମେ ରାତିଟି ଜେଲ୍ରେ ବିତେଇବା ଉଚିତ।’ ଆକ୍ରମଣ କରିଥିବା ମହିଳାଙ୍କ ଅଭିଯୋଗ ଅନୁସାରେ, ଧକ୍କା ଦେବା ପରେ ରବିନାଙ୍କ ଗାଡ଼ିଚାଳକ ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ବାଡ଼େଇଥିଲେ। ପରେ, ନିକଟସ୍ଥ ପୁଲିସ୍ ଥାନାରେ ଉଭୟ ପରସ୍ପରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୁଲିସ ସୂଚନାନୁସାରେ, ପରେ ଉଭୟ ପକ୍ଷ ବୁଝାମଣା କରି ନେଇଛନ୍ତି ଓ କାହାରି ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ତଥାପି ରବିନାଙ୍କ ଗାଡ଼ି ଚାଳକ ଆକ୍ରମଣ କରିଥିବା ଅଭିଯୋଗର ତଦନ୍ତ କରାଯାଉଛି ଓ ଆଇନାନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ଘଟଣା ସମ୍ପର୍କରେ ରବିନା ଟଣ୍ଡନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
[ad_2]