ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ମାରାଥନ୍ ବୈଠକ: ୧୦୦ ଦିନର ଏଜେଣ୍ଡା – Kalinga News

[ad_1]

ବାତ୍ୟା, ଗ୍ରୀଷ୍ମ ପ୍ରବାହ ସମୀକ୍ଷା


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଗତକାଲି ବିଭିନ୍ନ ଏକ୍‌ଜିଟ୍ ପୋଲ୍‌ରେ ଏନ୍‌ଡିଏ ସରକାର ଐତିହାସିକ ବିଜୟ ସହ ହାଟ୍ରିକ୍‌ କରିବାକୁ ଯାଉଥିବା ଆକଳନ କରାଯାଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମାରାଥନ ବୈଠକ କରିଛନ୍ତି। ନୂଆ ସରକାରଙ୍କ ପ୍ରଥମ ୧୦୦ ଦିନର ରଣନୀତି ପ୍ରସ୍ତୁତି ପାଇଁ ଏକ ବିଚାର ବିମର୍ଶ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ୭ଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଆଜି ପ୍ରଥମ ବୈଠକରେ ବାତ୍ୟା ‘ରେମାଲ’ ଜନିତ ବିପର୍ଯ୍ୟୟ ସ୍ଥିତିର ସମୀକ୍ଷା କରାଯାଇଛି। ବିଶେଷ କରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଯେଉଁଠାରେ ବନ୍ୟା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରଭାବିତ ହୋଇଛନ୍ତି, ସେଠାରେ ଯୁଦ୍ଧସ୍ତରରେ ସହାୟତା ଏବଂ ପୁନଃନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ବାରୋପ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଭାରତରେ ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କରିବା ପାଇଁ ଅନ୍ୟ ଏକ ବୈଠକ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପରଦିନ ଅର୍ଥାତ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ପ୍ରସ୍ତୁତିର ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆ ସରକାର ନିମନ୍ତେ ୧୦୦ ଦିନିଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ୧୦୦ ଦିନ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ଓ ପଦକ୍ଷେପକୁ ପ୍ରାଥମିକତା ଦିଆଯିବ ଆଜି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଛନ୍ତି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button