ଅପରାଧ

ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀ ମୃତ୍ୟୁ ମାମଲା: ତତ୍କାଳୀନ ପ୍ରଧାନଶିକ୍ଷକଙ୍କୁ ୧୦ ବର୍ଷ ଜେଲ୍‌ – Kalinga News

[ad_1]

ଯୌନ ନିର୍ଯାତନାରୁ ବର୍ତ୍ତିବା ପାଇଁ ଦୌଡ଼ିଲାବେଳେ ଖସି ପଡ଼ିଥିଲେ ଛାତ୍ରୀ

ସୁନ୍ଦରଗଡ଼: ୨୦୨୨ ଏପ୍ରିଲ ୧ ପବିତ୍ର ଉତ୍କଳ ଦିବସ ଦିନ ଲେଫ୍ରିପଡ଼ା ଥାନା ପଟୁଆଡିହି ପଞ୍ଚାୟତ ଉଚ୍ଚବିଦ୍ୟାଳୟର ହ‌ଷ୍ଟେଲ ଛାତରୁ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ମୃତ୍ୟୁ ମାମଲାରେ ସୁନ୍ଦରଗଡ଼ ‌ପକ୍ସୋ କୋର୍ଟ ଶୁଣାଣି କରି ଆଜି ତତ୍କାଳୀନ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାକୁ ୧୦ ବର୍ଷ ଜେଲଦଣ୍ଡ ସହ ୭୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦାୟରେ ଅଧିକ ୭ ମାସ ଜେଲ୍‌ଦଣ୍ଡ ପାଇଁ କୋର୍ଟ ଆଦେଶ କରିଛନ୍ତି।

ଶ୍ୟାମସୁନ୍ଦର ପଟେଲ ଯୌନ ସମ୍ପର୍କ ରଖିବାକୁ ଉଦ୍ୟମ କଲାବେଳେ ସେଥିରୁ ବର୍ତ୍ତିବା ପାଇଁ ଛାତ୍ରୀ ଅପର୍ଣ୍ଣା ଧାଇଁ ପଳାଇଲାବେଳେ ଛାତରୁ ଖସିପଡ଼ି ପ୍ରାଣ ହରାଇଥିଲେ। ଧରୁଆଡିହି ଥାନା ଅନ୍ତର୍ଗତ ଭାଲୁଗାଡ଼ର ଆଇନଜୀବୀ ଯାଜ୍ଞସେନୀ ନାଏକଙ୍କ ଝିଅ ଅପର୍ଣ୍ଣା। ସେ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟ ଛାତ୍ରୀ ନିବାସରେ ଅନ୍ୟ ଅନ୍ତେବାସୀଙ୍କ ସହ ରହି ପଢ଼ୁଥିଲେ। ୨୦୨୨ରେ ସେ ଦଶମ ବୋର୍ଡ ପାଇଁ ପ୍ରସ୍ତୁତ ହେଉଥିଲେ। ଛାତ୍ରୀ ନିବାସରେ ପୁରୁଷଙ୍କ ପ୍ରବେଶ ନିଷେଧ ଥିଲେ ମଧ୍ୟ ତଳ କୋଠରିରେ ରହୁଥିଲେ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର। ତାଙ୍କ ଲୋଲୁପ ନଜର ଅପର୍ଣ୍ଣାଙ୍କ ଉପରେ ପଡ଼ିଥିଲା। ଅପର୍ଣ୍ଣା ତାଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ଆସୁଥିବା ବେଳେ ଏପ୍ରିଲ ୧ ତାରିଖରେ ପ୍ରଧାନଶିକ୍ଷକଙ୍କ ନିର୍ଯାତନାର ସୀମା ଟପିଯାଇଥିଲା। ଉତ୍କଳ ଦିବସ ଦିନ ମସ୍‌ଗୁଲ ପ୍ରଧାନଶିକ୍ଷକ ତାଙ୍କୁ ଗୋଡ଼ାଇ ଧରିବାକୁ ଉଦ୍ୟମ କରୁଥିଲେ। ଶେଷକୁ ଶିକ୍ଷକଙ୍କ କବଳରୁ ବର୍ତ୍ତିବାପାଇଁ ଅପର୍ଣ୍ଣା ଛାତ ଉପରକୁ ଦୌଡ଼ି ଯାଉଥିବାବେଳେ ତଳକୁ ଖସି ପଡ଼ି ଗୁରୁତର ହୋଇଥିଲେ। ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିଥିବାରୁ ସେ ଚେତା ହରାଇଥିଲେ। ଏହାପରେ ଡାକ୍ତରଖାନା ଆଣିବା ବାଟରେ ଅପର୍ଣ୍ଣାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଖବର ପାଇ ତତ୍କାଳୀନ ଲେଫ୍ରିପଡ଼ା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ବିଦ୍ୟାଳୟକୁ ଯାଇ ପହଞ୍ଚି ତଦନ୍ତ କରିବା ସହ ଏପ୍ରିଲ ୨ ତାରିଖରେ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପ‌ଟେଲଙ୍କୁ ଗିରଫ କରି କୋର୍ଟ ଚ‌ା‌ଲାଣ କରିଥିଲେ। ମାମଲାର ବିଚାର ଚାଲିଥିବା ବେଳେ ପୁଲିସର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଆଧାର କରି ପକ୍ସୋ କୋର୍ଟ ପ୍ରଧାନଶିକ୍ଷକଙ୍କୁ ଦଣ୍ଡ ଶୁଣାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button