ଅପରାଧ

ରିଏସି ବସ୍‌ ଦୁର୍ଘଟଣା: ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କଲେ ପରିବାର ଲୋକ – Kalinga News

[ad_1]

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଏବେ ଏହି ଘଟଣାରେ ନ୍ୟାୟ ମାଗିଛନ୍ତି ଆହତଙ୍କ ପରିବାର ଲୋକ। ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଆହତ ହୋଇଥିବା ଅନେକ ଯାତ୍ରୀ ହେଉଛନ୍ତି ଉତ୍ତରପ୍ରଦେଶର। କିଛି ଯାତ୍ରୀ ଗ୍ରେଟର୍‌ ନୋଇଡାର ବି ବୋଲି ସୂଚନା ରହିଛି। ଆହତ ରାଜେଶ ଗୁପ୍ତାଙ୍କ ପୁତୁରା ରାହୁଲ ଗୁପ୍ତା କହିଛନ୍ତିି ଯେ ତ‌ାଙ୍କ ପରିବାରରୁ ୮ ଜଣ ସେହି ବସ୍‌ରେ ଥିଲେ। ରାଜେଶଙ୍କ ମୁହଁରୁ ସେ ଆକ୍ରମଣ ସଂପର୍କରେ ଶୁଣିବା ପରେ ଘଟଣାସ୍ଥଳକୁ ଆସିଛନ୍ତି।

ଏହି ଆକ୍ରମଣକୁ ନେଇ ଏବେ ଆହୁରି ନୂଆ ନୂଆ ତଥ୍ୟ ହସ୍ତଗତ ହୋଇଚାଲିଛି। ଜାଣିବାକୁ ମିଳିଛି ଯେ ଏହି ଆତଙ୍କବାଦୀ ଦଳ ପୂର୍ବରୁ ଗତମାସରେ ରାଜୌରୀ ଓ ପୁଞ୍ଚ୍‌ରେ ଆକ୍ରମଣ କରିସାରିଛନ୍ତି। ସୂଚନା ରହିଛି ଯେ ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଓ ଏହିମାନେ ହିଁ ୨ ବ‌ର୍ଷ ହେବ ପିର୍‌ ପଞ୍ଚଲ ଅଞ୍ଚଳର ଦକ୍ଷିଣରେ ବସବାସ କରୁଛନ୍ତି।

ରବିବାର ତୀର୍ଥ ଯାତ୍ରୀମାନେ ବୈଷ୍ଣୋଦେବୀ ଯାଉଥିବା ବେଳେ ଏହି ବସ ଉପକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ  । ଏହାପରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ବସ୍  । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି  । ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି  । ଲକ୍ସର ସହଯୋଗୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି  । ଏହି ଆକ୍ରମଣରେ ୩ରୁ ୪ ଜଣ ଆତଙ୍କବାଦୀ ସାମିଲ ଥିବା ମଧ୍ୟ ଜଣାପଡ଼ିଛି  । ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button