ରାଜନୀତି

ଆମେ ୨୯୫ ଜିତିବୁ: ରାହୁଲ – Kalinga News

[ad_1]


ନୂଆଦିଲ୍ଳୀ: ଲୋକସଭା ନିର୍ବାଚନରେ ଏଥର ଇଣ୍ଡି ମେଣ୍ଟକୁ ୨୯୫ ଆସନ ମିଳିବ ଓ ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ କେବଳ ୨୩୫ ଆସନ ମିଳିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଧ୍ୟ ସମାନ ମତ ରଖିଛନ୍ତି। ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଖଡ଼ଗେ କହିଛନ୍ତି ଯେ ବିଜେପି ସୃଷ୍ଟି କରୁଥିବା କାହାଣୀକୁ ବିଶ୍ବାସ କରିବା ଉଚିତ ନୁହେଁ। ଆମର ଆକଳନ ଅନୁସାରେ ଇଣ୍ଡି-ମେଣ୍ଟ ୨୯୫ ଆସନ ପାଇବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ଗଠନ କରିବ। ରାହୁଲ ଗାନ୍ଧୀ ମଧ୍ୟ ଇଣ୍ଡି ମେଣ୍ଟକୁ ୨୯୫ ଆସନ ମିଳିବ ବୋଲି କହିଛନ୍ତି ଏବଂ ଏକ୍‌ଜିଟ ପୋଲ ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗଣମାଧ୍ୟମର ‘କାଳ୍ପନିକ ପୋଲ୍‌’ ବୋଲି କହିଛନ୍ତି।

ଆକଳନ ସମ୍ପର୍କରେ ସୂଚନା ଦେଇ ଖଡ଼ଗେ କହିଛନ୍ତି ଯେ ଶନିବାର ଇଣ୍ଡି-ମେଣ୍ଟର ସହଯୋଗୀଙ୍କ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭୋଟ ଗଣନା ଦିନଠାରୁ କେଉଁ ରଣନୀତି ଗ୍ରହଣ କରାଯିବ ସେନେଇ ବିଭିନ୍ନ ନେତା ମତ ଦେଇଥିଲେ। ବୈଠକରେ ଇଣ୍ଡି-ମେଣ୍ଟ ୨୯୫ ଆସନ ପାଇବ ବୋଲି ଏକ ପ୍ରାଥମିକ ଆକଳନ କରାଯାଇଛି। ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରୁ ୪୦ଟି ଲେଖାଏଁ ଆସନରେ ଇଣ୍ଡି-ମେଣ୍ଟ ଜିତିବ। ସେହିଭଳି ବିହାରରୁ ୨୨, ମହାରାଷ୍ଟ୍ରରୁ ୨୪, କେରଳରୁ ୨୦, ପଶ୍ଚିମବଙ୍ଗରୁ ୨୪, କର୍ଣ୍ଣାଟକରୁ ୧୫ରୁ ୧୬ ଆସନରେ ଜିତିବ। ରାଜସ୍ଥାନ, ପଞ୍ଜାବ, ଚଣ୍ଡୀଗଡ଼, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ହରିଆଣା ଆଦିରୁ ଆଉ ବଳକା ଆସନ ପାଇବ ବୋଲି ଖଡ଼ଗେ କହିଛନ୍ତି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button