ଖୋର୍ଦ୍ଧା ରାଜନୀତି: ଏଥର ନୂଆ ମୁହଁ, ନା ପୁରୁଣା ଚେହେରା – Kalinga News

[ad_1]
ଖୋର୍ଦ୍ଧା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଖୋର୍ଦ୍ଧାରେ ରାଜନୈତିକ ଉଷ୍ମତା ସେତିକି ବଢ଼ି ଚାଲିଛି। ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ଦୁଇ ପୁରୁଣା ନେତାଙ୍କ କବ୍ଜାରେ ରହିଆସିଛି। ଦଳ ଏଥର ବି ସେହି ଦୁଇ ପୁରୁଣା ମୁହଁ ମଧ୍ୟରୁ ଜଣଙ୍କୁ ଚୟନ କରିବ ନା ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇବ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଗତ ୨୪ବର୍ଷ ହେଲା ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି। ଉଭୟ ଥରେ ସ୍ବାଧୀନ ଓ ଥରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହେବା ପରେ ୨୦୧୯ରେ ଉଭୟଙ୍କୁ ବିଜେଡି ଟିକେଟ୍ ଦେଇଥିଲା। ମାତ୍ର ବଦଳି ଯାଇଥିଲା ନିର୍ବାଚନମଣ୍ଡଳୀ। ଶ୍ରୀ ମିତ୍ରଙ୍କୁ ଖୋର୍ଦ୍ଧା ଓ ଶ୍ରୀ ସାହୁଙ୍କୁ ବେଗୁନିଆରୁ ଲଢ଼ିବାକୁ ସୁଯୋଗ ଦେଇଥିଲା ବିଜେଡି। ଉଭୟ ମଧ୍ୟ ବିଜୟୀ ହୋଇଥିଲେ। ଉଭୟ କିନ୍ତୁ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ନିଜ ଦବ୍ଦବା ବଜାୟ ରଖିବାକୁ ଉଦ୍ୟମ ଚଳାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆଉ କେଇଟା ଦିନ ପରେ ୨୦୨୪ ଲଢ଼େଇ ହେବାକୁ ଯାଉଥିବା ବେଳେ ଚଳିତଥର ବିଜେଡି ସେହି ପୁରୁଣା ଦୁଇ ନେତାଙ୍କ ମଧ୍ୟରୁ ଜଣଙ୍କୁ ବାଛିବ ନା ନୂଆ ମୁହଁ ଖୋଜିବ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଇତିମଧ୍ୟରେ ଖୋର୍ଦ୍ଧା ରାଜନୀତିରେ ବିଜେଡିରୁ ଟିକେଟ୍ ପାଇବା ପାଇଁ ନୂଆ ନେତା ମଇଦାନରେ ନିଜକୁ ଦାବିଦାର୍ ବୋଲି ଘୋଷଣା କଲେଣି। ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ସଂଗଠନରେ ମାତିଛନ୍ତି। ଖୋର୍ଦ୍ଧାଠୁ ଟାଙ୍ଗୀ ଯାଏ ପୋଷ୍ଟର ଓ ଶୋଭାଯାତ୍ରା କରୁଛନ୍ତି। ଏମିତିକି ବିଜେଡିରୁ ଟିକେଟ୍ ପାଇବା ପାଇଁ ସେ ଆଶାୟୀ ବୋଲି ଖୋଲାଖୋଲି ଘୋଷଣା ମଧ୍ୟ କଲେଣି। ତେଣୁ ଦଳର ନିଷ୍ପତ୍ତି ଉପରେ ସଭିଁଙ୍କ ନଜର ରହିଛି।
[ad_2]