ରାଜନୀତି

ବରିଷ୍ଠ କଂଗ୍ରେସ ନେତା ଆମ ଆଦମୀ ପାର୍ଟିରେ ଯୋଗ ଦେଲେ – Kalinga News

[ad_1]

ଭୁବନେଶ୍ୱର/ମାଲକାନଗିରି: ସୋମବାର ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଭବନରେ ଆୟୋଜିତ ଆମ ଆଦମି ପାର୍ଟି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ତାଙ୍କ ସମର୍ଥକମାନଙ୍କୁ ନେଇ ଆମ ଆଦମୀ ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।ଏହି ମିଶ୍ରଣ ପର୍ବରେ  ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରୁ ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାରୁ ବହୁ କଂଗ୍ରେସ, ବିଜେଡି ଓ ବିଜେପି ଦଳର କର୍ମୀମାନେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ।ଶ୍ରୀ ବୁରୁଦା ପୂର୍ବରୁ କଂଗ୍ରେସ ଦଳରେ ଥିବା ବେଳେ ତାଙ୍କୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ବିଧାୟକ ଟିକେଟ ଦେଇ ନଥିଲା।

କଂଗ୍ରେସ ଦଳ ଟିକେଟ ଦେବା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଥିଲା ବୋଲି ସେ ଅଭିଯୋଗ କରିଥିଲେ।ଶ୍ରୀ ବୁରୁଦା ଏଥିପାଇଁ ରାଜି ନ ହେବାରୁ ତାଙ୍କର ଟିକେଟ କଟା ଯାଇଥିବା ସେ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ। ପରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆମ୍ ଆଦମୀ ପାର୍ଟିରେ ମିଶିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସେ ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆମ ଆଦମୀ ପାର୍ଟିରେ ନିଜର ବହୁ କର୍ମକର୍ତ୍ତାଙ୍କ ସହ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ  ସଂପାଦକ ସୌମ୍ୟ ରଞ୍ଜନ ସ୍ବାଇଁ, ରାଜ୍ୟ ସଂପାଦକ (ତଥ୍ୟ) ଅମୀୟ ଶର୍ମା,ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଦିଲ୍ଲୀ ଓ ପଞ୍ଜାବର ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଆମ ଆଦମୀ ପାର୍ଟିକୁ ତୃଣମୂଳସ୍ତରରେ ପ୍ରଚାର ପ୍ରସାର କରି  ଦଳକୁ ସୁଦୃଢ କରିବାକୁ ସେମାନେ ସଂକଳ୍ପ ନେଇଛନ୍ତି।ସମସ୍ତ ନୂତନ ସଦସ୍ୟଙ୍କୁ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ବୀରେନ୍ଦ୍ର ସିଂ କଡ଼ିଆନ ଓ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଉପଢୌକନ ଓ ଟୋପି  ଦେଇ ଆମ୍ ଆଦମୀ ପାର୍ଟିରେ ସାମିଲ କରିଥିଲେ। ମାଲକାନଗିରି ଜିଲ୍ଲା ସଭାପତି କେ. ଦେଶୀ ରାଜୁ ଅଚାରୀ ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।ଏହାବ୍ୟତୀତ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଆଇନଜୀବୀ ରବିନ୍ଦ୍ରନାଥ ମାଢି ଏବଂ ମାଥିଲି ବ୍ଳକ ସଭାପତି ସନ୍ତୁ କୁମାର ବିଶ୍ବାସ ମଧ୍ୟ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button