ରାଜନୀତି

ଖଡ଼ଗେଙ୍କ ବାସଭବନରେ ଇଣ୍ଡି ମେଣ୍ଟ ବୈଠକ: ଯୋଗ ଦେଲେନି ଷ୍ଟାଲିନ, ମମତା ଓ ମେହବୁବା – Kalinga News

[ad_1]


ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆଜି ବିରୋଧୀ ଇଣ୍ଡି ମେଣ୍ଟର ନେତାମାନେ ବୈଠକ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାଙ୍କ ଦଳର ସହକର୍ମୀ ରାମ ଗୋପାଳ ଯାଦବ, ଏନସିପି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆପ୍‌ ନେତା ସଂଜୟ ସିଂହ ଏବଂ ରାଘବ ଚଢ଼ା ଆଜି ବୈଠକରେ ଯୋଗ ଦେଇଛନ୍ତି। ସେହିପରି ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ସିପିଆଇଏମ୍‌ର ସୀତାରାମ ୟେଚୁରୀ ଏବଂ ସିପିଆଇ(ଏମ୍‌ଏଲ)ର ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କ ଭଳି ପ୍ରମୁଖ ବିରୋଧୀ ନେତାମାନେ ଆଜିର ବୈଠକରେ ଯୋଗ ନଦେବା ଚର୍ଚ୍ଚାର ବିଷୟ ପାଲଟିଛି।

ଡିଏମ୍‌କେରୁ ଟିଆର୍‌ ବାଲୁ ବୈଠକରେ ପ୍ରତିନିଧିତ୍ବ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଇଣ୍ଡି ମେଣ୍ଟ ନେତାମାନଙ୍କୁ ଆଜି ଅନୌପଚାରିକ ଭାବେ ବୈଠକ ପାଇଁ ଡକାଯାଇଥିଲା। ଭୋଟ୍‌ ଗଣତି ପୂର୍ବରୁ ଚାଲିଥିବା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ଖଡ଼ଗେ କହିଛନ୍ତି, ଲଢ଼େଇ ଏବେ ବି ଶେଷ ହୋଇନି। ସମସ୍ତ ଦଳର ନେତା ଏବଂ କର୍ମୀମାନେ ଭୋଟ୍‌ ଗଣତି ସରିବା ପର୍ଯ୍ୟନ୍ତ ସର୍ବାଧିକ ସତର୍କ ଅଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଶେଷ ପର୍ଯ୍ୟାୟ ଭୋଟ୍‌ ସରିବା ସହ ଇଣ୍ଡି ‌ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଛି। ୨୮ଟି ବିରୋଧୀ ଦଳର ସମ୍ମିଶ୍ରଣରେ ଗଠନ ହୋଇଥିବା ଇଣ୍ଡି ମେଣ୍ଟର ପ୍ରଥମ ବୈଠକ ୨୦୨୩ ଜୁନ୍‌ରେ ହୋଇଥିଲା।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button