ମତଦାନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ: ଦୁମକାରେ ପୁନଃମତଦାନ ପାଇଁ ସୀତା ସୋରେନଙ୍କ ଦାବି – Kalinga News

[ad_1]
ଦୁମକା: ଝାଡ଼ଖଣ୍ଡର ଦୁମକା ଲୋକସଭା ଆସନର ବିଜେପି ପ୍ରାର୍ଥୀ ସୀତା ସୋରେନ ଶନିବାର ମତଦାନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଏହି ନିର୍ବାଚନ ମଣ୍ଡଳୀରେ ପୁନଃମତଦାନ ପାଇଁ ଦାବି କରିଛନ୍ତି। ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ଦାବି କରିଛନ୍ତି ଯେ ଜାଣିଶୁଣି ମତଦାନ ପ୍ରକ୍ରିୟାରେ ବିଳମ୍ବ କରାଯାଇଥିଲା। ଦୁମକା ସହରାଞ୍ଚଳର ଅନେକ ବୁଥ୍ରେ ଅନିୟମିତତା ଦେଖିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂକ୍ରାନ୍ତରେ ମୁଁ ଡେପୁଟି କମିସନରଙ୍କୁ ଅବଗତ କରାଇଛି। ଅନଭିଜ୍ଞ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ଯୋଗୁ ଭୋଟରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ସୀତା କହିଛନ୍ତି। ଏଠାରେ ମତଦାନ ବାତିଲ କରି ପୁନଃମତଦାନ କରିବାକୁ ନିର୍ବାଚନ କମିସନଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି। ୨୦୦୯ରେ ସ୍ୱାମୀ ଦୁର୍ଗା ସୋରେନଙ୍କ ମୃତ୍ୟୁ ପରଠାରୁ ସୀତ ତିନିଥର ବିଧାୟକ ନିର୍ବାଚିତ ହୋଇଛନ୍ତି।
[ad_2]