ବନ୍ଧୁକ ମୁନରେ ଡକାୟତି ଘଟଣା: ପୁଲିସ କନେଷ୍ଟବଳ ସମେତ ୧୩ ଗିରଫ – Kalinga News

[ad_1]
ନବରଙ୍ଗପୁର: ବନ୍ଧୁକ ମୁନରେ ଡକାୟତି ଘଟଣାରେ ଚକିତ କଲା ଭଳି ତଥ୍ୟ ଦେଇଛି ନବରଙ୍ଗପୁର ପୁଲିସ। ନବରଙ୍ଗପୁର ଏସ୍ପି ରୋହିତ ବର୍ମା ସାମ୍ବାଦିକ ସମ୍ବିଳନୀ କରି ମୋଟ ୧୩ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଡକାୟତିରେ ଜଣେ ପୁଲିସ କନେଷ୍ଟବଳ ସଂପୃକ୍ତି ରହିଥିବା ପ୍ରକାଶ କରିଛନ୍ତି। ଏସ୍ପିଙ୍କ ଏଭଳି ଖୁଲାସା ଖାକି ପୋଷାକକୁ ମଳିନ କରିଛି। ଏହାପରେ ପୁଲିସ କର୍ମଚାରୀ ଡକାୟତିରେ ସଂପୃକ୍ତ ହେଲେ ଲୋକଙ୍କୁ ସୁରକ୍ଷା କିଏ ଦେବେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

Sambad is now on WhatsApp
Join and get latest news updates delivered to you via WhatsApp
ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗାଁସ୍ଥିତ ଘରକୁ ବ୍ୟବସାୟୀ ସୁନିଲ ସାହୁ ଭଡ଼ା ସୂତ୍ରରେ ଶିକ୍ଷକ ରୋହିତ ବେହେରାଙ୍କୁ ଦେଇଛନ୍ତି। ମଝିରେ ମଝିରେ ଏହି ଘରକୁ ସୁନିଲ ବୁଲିବାକୁ ଆସନ୍ତି। ତେଣୁ ସୁନିଲଙ୍କୁ ଟାର୍ଗେଟ କରି ଗତ ୧୪ତାରିଖ ଦିନ ଘରେ ସଶସ୍ତ୍ର ଡକାୟତ ପଶିଥିଲେ। କିନ୍ତୁ ସେଦିନ ସୁନିଲ ଘରେ ନଥିଲେ, ତେଣୁ ଶିକ୍ଷକ ଦମ୍ପତିଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି କରିଥିଲେ। ପ୍ରାୟ ୩୭ଗ୍ରାମ ସୁନା ଅଳଙ୍କାର, ପ୍ରାୟ ୩୦୦ ଗ୍ରାମର ରୁପା ଅଳଙ୍କାର ସହ ନଗଦ ୧୭ହଜାର ଟଙ୍କା ନେଇ ଯାଇଥିଲେ। ନବରଙ୍ଗପୁର ଥାନାରେ ଏତଲା ଦେବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଡ଼ ଡକାୟତି ଘଟଣା ହୋଇଥିବାରୁ ନବରଙ୍ଗପୁର ଏସ୍ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇଥିଲା। ଆଇଆଇସି ସମ୍ବିତ କୁମାର ବେହେରା, ଏସ୍ଆଇ ସବିର ଅହମ୍ମଦ, ଏଏସ୍ଆଇ ତୁଳସୀରାମ ପୂଜାରୀ ଓ ସାଇବର ସେଲ୍କୁ ନେଇ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ସୁରାକ ମିଳିବାରୁ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମୋରାଳି ଗ୍ରାମର ବିରଞ୍ଚି ମହାନନ୍ଦିଆ, ନବରଙ୍ଗପୁରର ଜହନ ଯତୀନ ସୁନା, କୋରାପୁଟ ଜିଲ୍ଲା ଉମୁରୀ ଗ୍ରାମର ଶିବ ଶଙ୍କର ହରିଜନ, ଜୟପୁର ଥାନା ତେଲିଆ ଗ୍ରାମର ବିକାଶ ହରିଜନ, ଉମୁରି ଗ୍ରାମର ବିକାଶ ହରିଜନ, ଜୟପୁର ସହରର ସଞ୍ଜୟ ବେନିଆ, ବୀରେନ୍ଦ୍ର ଟାକ୍ରୀ, ଆକବର ଗରଡା, କୁନ୍ଦୁରା ଥାନା ଭୁସଙ୍ଗଗୁଡ଼ା ଗ୍ରାମର ଆନନ୍ଦ ହରିଜନ, ବୋଡିଗାଁ ଗ୍ରାମର ସନୁ ଜାନୀ, ଜୟପୁର ଥାନା ମୁନିଗୁଡ଼ା ଗ୍ରାମର ସୁଶାନ୍ତ କନ୍ଦପାନ, ଜୟପୁରର ମୋହନ ସାଗର ଓ ସୁନା ଅଳଙ୍କାର କିଣିଥିବା ଜୟପୁରର ଏଲ୍. ଅଶୋକ କୁମାରଙ୍କୁ ଗିରଫ କରାଯାଇଥିଲା।
ସୁନିଲ ଘରେ କୋଟି କୋଟି ଟଙ୍କା ରଖିଥିବା ସନ୍ଦେହ କରି ଡକାୟତି ଯୋଜନା କରିଥିବା ସୂଚନା ମିଳିଛି। ୮ଜଣ ଘରେ ପଶିଥିଲେ ଏବଂ ବଳକା ୧୦ଜଣ ବାହାରେ ନଜର ରଖିଥିଲେ। ଡକାୟତିର ମାଷ୍ଟର ମାଇଣ୍ଡ ନବରଙ୍ଗପୁର ଜହନ ଯତୀନ ସୁନା ଓ ବିରଞ୍ଚି ମହାନନ୍ଦିଆ ଥିଲେ। କୋରାପୁଟ ପୁଲିସ ମୁଖ୍ୟାଳୟର ଏପିଆର କନଷ୍ଟେବଳ ସନୁ ଜାନୀ ବାହାରେ ରହି ପୁଲିସର ଗତିବିଧି ଉପରେ ନଜର ରଖିଥିଲା ବୋଲି ଜଣାପଡ଼ିଛି। ଏବେ ବି ଏହି ମାମଲାରେ ୨ଜଣ ଫେରାର ରହିଛନ୍ତି। ଅନ୍ୟ କେଉଁ ମାମଲାରେ ଏମାନେ ଜଡ଼ିତ ତାହାର ଛାନଭିନ୍ ଚାଲିଛି ବୋଲି ଏସ୍ପି କହିଛନ୍ତି। ଏମାନଙ୍କ ଠାରୁ ୨ଟି ନକଲି ବନ୍ଧୁକ, ୨୮.୫ ଗ୍ରାମ ଖାଦ ମିଶ୍ରଣ ହୋଇଥିବା ସୁନା, ୩୦୦ ଗ୍ରାମ ରୁପା ଅଳଙ୍କାର, ୩ ବାଇକ, ଖଣ୍ଡା ସମେତ ବିଭିନ୍ନ ମାରଣାସ୍ତ୍ର ଓ ୧୨ଟି ମୋବାଇଲ ଜବତ ହୋଇଛି। ସାମ୍ବାଦିକ ସମ୍ମଳନୀରେ ଏଏସ୍ପି ବଟକୃଷ୍ଣ ମିଶ୍ର, ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଆଇଆଇସି ସମ୍ବିତ କୁମାର ବେହେରା, ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଗୁଣନିଧି ବାଗ୍ ଉପସ୍ଥିତ ଥିଲେ।
[ad_2]