ଅପରାଧ

ୟୁରୋପର ମୋଷ୍ଟ ୱାଣ୍ଟେଡ୍‌ ‘ମାନବ ଚାଲାଣକାରୀ’ ଗିରଫ – Kalinga News

[ad_1]

ବାଗ୍‌ଦାଦ୍‌: ୟୁରୋପର ଅଧିକାଂଶ ଦେଶକୁ ମାନବ ଚାଲାଣ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଥିଲା ବାର୍‌ଜାନ୍‌ ମାଜିଦ୍‌। ପୁଲିସ ମହଲରେ ସେ କୁଖ୍ୟାତ ‘ସ୍କର୍ପିଓନ୍‌’ ଭାବେ ପରିଚିତ। ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ରାଷ୍ଟ୍ରର ପୁଲିସ କିମ୍ବା ଇଣ୍ଟରପୋଲ୍‌ ତାକୁ ଧରିବାରେ ସକ୍ଷମ ହୋଇପାରିନଥିଲେ। ଶେଷରେ ଆଜି ଇରାକର କୁର୍ଦ୍ଦିସ୍ତାନରୁ ତାକୁ ଗିରଫ କରାଯାଇଛି। ଆଜି, ବାର୍‌ଜାନ୍‌ର ଗିରଫ ସମ୍ପର୍କରେ ଲଣ୍ଡନର ନେସନାଲ କ୍ରାଇମ୍‌ ଏଜେନ୍ସି (ଏନ୍‌ସିଏ) ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛି। ବାର୍‌ଜାନ୍‌କୁ ଗତ ରବିବାର ଗିରଫ କରାଯାଇଛି। ୨୦୨୨ରେ ସେ ଲଣ୍ଡନର ନଟିଂହାମ୍‌ରେ ରହୁଥିଲା।

ନଭେମ୍ବର ୨୦୨୨ରେ ସେ ମାନବଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। କେବଳ ଲଣ୍ଡନ ନୁହେଁ ଅକ୍ଟୋବର, ୨୦୨୨ରେ ବେଲ୍‌ଜିୟମ କୋର୍ଟରେ ମଧ୍ୟ ଅନୁରୂପ ମାନବ ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ୧୦ ବର୍ଷ ଜେଲ୍‌ ଦଣ୍ଡ ଓ ୯,୬୮,୦୦୦ ୟୁରୋ ଜୋରିମାନାରେ ଦଣ୍ଡିତ ହୋଇଥିଲା। ତେବେ କୌଣସି ମତେ ସେ ପୁଲିସ ହେଫାଜତରୁ ଫେରାର୍‌ ହୋଇଯାଇଥିଲା। ତାକୁ ଧରିବାକୁ ଲଣ୍ଡନ ଓ ବେଲିଜିୟମ ପୁଲିସ ଅନେକ ଉଦ୍ୟମ କରିଥିଲେ। ଏହି ଧରପଗଡ଼ରେ ବାରଜାନ୍‌ର ୨୬ଜଣ ସଦସ୍ୟ ମଧ୍ୟ ଗିରଫ ହୋଇଛନ୍ତି। ଇରାକ୍‌ର କୁର୍ଦ୍ଦିସ୍ତାନରେ ତା’ର ଠିକଣା ଠାବ ହେବାମାତ୍ରେ ଏକ ସ୍ବତନ୍ତ୍ର ଅପରେସନରେ ତାକୁ ଗିରଫ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button