ଅପରାଧ

ତିନି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ – Kalinga News

[ad_1]

ବୈପାରିଗୁଡ଼ା:  ତିନି ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୁଲିସ। ଘଟଣା ଅନୁଯାୟୀ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡା ଗ୍ରାମରେ ତିନିଜଣ ଅଜଣା ଯୁବକ ବୁଲୁଥିବା ଦେଖିବାକୁ ମିଳିଥିଲା ଏବଂ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ। ଏହି ଖବର ବୈପାରିଗୁଡ଼ା ପୁଲିସ ପାଇବା ପରେ ଗତକାଲି ରାତି ୧୦ଟା ବେଳେ ଏସ୍ଆଇ ଅନିତା ନାୟକଙ୍କ ନେତୃତ୍ୱରେ ଏକ ଗଠନ କରି ଦୋରାଗୁଡା ଗ୍ରାମରେ ପେଟ୍ରୋଲିଂ ପାଇଁ ବାହାରିଥିଲେ। ତିନିଜଣ ଅଜଣା ଯୁବକ ଗଞ୍ଜେଇ ମାଫିଆ ହେଇଥାଇ ପାରନ୍ତି ବୋଲି ସନ୍ଦେହ କରି ଦୈତାରି ହନ୍ତାଳ ଘରେ ଛାପା ମାରିଥିଲେ।

ଦୈତାରି ହନ୍ତାଳ ପୂର୍ବରୁ ୨୦୨୧ ମସିହାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗିରଫ ହେଇ ଜେଲ୍ ଯାଇଥିଲା। ଦୈତାରି ଘରେ ପୁଲିସ ପହଞ୍ଚିବା ଶୁଣି ଦୈତାରି ଫେରାର ହୋଇଯାଇଥିଲା କିନ୍ତୁ ତିନିଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ। ସେହି ତିନି ଜଣ ହରିୟାଣା ରାଜ୍ୟର ବୋଲି ଜଣାପଡିଛି। ଏହି ତିନିଜଣ ଦୈତାରିଙ୍କ ସହ ମିଶି ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତି କରୁଥିବା ପୁଲିସ ସୂଚନା ଦେଇଛି। ତିନିଜଣ ହେଲେ ହରିୟାଣାର ପାନିପଥ ଗ୍ରାମର କପିଲ୍ କଟରିଆ (୨୩), ସନିପଥ ଗ୍ରାମର ସୌରଭ ବତ୍ରା (୨୬) ଏବଂ ହରିୟାଣା ରାଜ୍ୟ ହସିର ଜିଲ୍ଲାର ପଠିସନମ ଗ୍ରାମର ମନିଷ ନାଫରିଆ (୧୯)। ଏମାନେ ଦୈତାରି ଘରେ ରହି ହରିୟାଣାକୁ ଗଞ୍ଜେଇ ଚାଲାଣ କରିବା ପାଇଁ ରହିଥିଲେ। ଦୈତାରିଙ୍କ ଘରେ ଗଞ୍ଜେଇ ଥିବା ନେଇ ଖାନତଲାସ କରିଥିଲେ କିନ୍ତୁ କେବଳ ବିଦେଶୀ ମଦ ହିଁ ପାଇଥିଲେ। ତିନିଜଣଙ୍କ ମୋବାଇଲ ଚେକ୍ କରିବାରୁ ଦୈତାରିଙ୍କ ସହ ବାରମ୍ବାର କଥା ହେଉଥିଲେ ଏବଂ ଫୋନ୍ ପେ ଜରିଆରେ ଟଙ୍କା ପଠାଉଥିଲେ। ଦୈତାରିଙ୍କୁ ୧୧ ହଜାର ଟଙ୍କା ଗଞ୍ଜେଇ ପାଇଁ ଅଗ୍ରୀମ ଟଙ୍କା ଦେଇଥିବା ଫୋନ୍ ପେରୁ ଜଣାପଡିଛି। ତିନି ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦୀପାଞ୍ଜଳି ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button