ମୋଦୀଙ୍କ ୨୦୬ ରାଲି, ପ୍ରିୟଙ୍କାଙ୍କ ୧୦୮ ପ୍ରଚାର କାର୍ଯ୍ୟକ୍ରମ – Kalinga News

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ କେଦାରନାଥରେ ଧ୍ୟାନରେ ବସିଛନ୍ତି। ଗତକାଲି ନିର୍ବାଚନ ପ୍ରଚାର ଶେଷ ହେବାପରେ ମୋଦୀ ଧ୍ୟାନସ୍ଥ ହୋଇଛନ୍ତି। ଦୀର୍ଘ ଦିନର ମାରାଥନ୍ ପ୍ରଚାର ପରେ ମୋଦୀ ୪୫ ଘଣ୍ଟା ପାଇଁ ଧ୍ୟାନ କରୁଛନ୍ତି। ଏହି ସମୟରେ ସେ କେବଳ ଲେମ୍ବୁ ପାଣି ପିଇବେ। ଚଳିତ ଲୋକସଭା ନିର୍ବାଚନରେ ମୋଦୀ ମୋଟ୍ ୨୦୬ଟି ରାଲି କରିଛନ୍ତି। ହାଟ୍ରିକ୍ ହାସଲ ପାଇଁ ମୋଦୀ ସବୁ ଦମ୍ ଲଗାଇ ଦେଇଛନ୍ତି। ୨୦୧୯ରେ ମୋଦୀ ୧୪୫ଟି ନିର୍ବାଚନ ରାଲି କରିଥିବା ବେଳେ ଏଥର ୨୦୬ଟି ରାଲି କରିଛନ୍ତି। ୭୬ ଦିନ ଧରି ମୋଦୀ ନିର୍ବାଚନ ପ୍ରଚାରରେ ନିୟୋଜିତ ଥିଲେ। ଅନ୍ୟପକ୍ଷେ ୨୦୧୯ରେ ମୋଦୀ ୬୮ ଦିନ ପ୍ରଚାର କରିଥିଲେ। ୨୦୦ରୁ ଅଧିକ ରାଲି ଏବଂ ନିର୍ବାଚନ ସଭା କରିବା ସହ ମଧ୍ୟ ମୋଦୀ ମଧ୍ୟ ଗଣମାଧ୍ୟମକୁ ପ୍ରାୟ ୮୦ଟି ସାକ୍ଷାତକାର ଦେଇଛନ୍ତି। ମୋଦୀ ଲଗାତାର ୩ ଦିନ ଧରି ଗୋଟିଏ ଦିନରେ ୫ଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ୨୨ ଦିନରେ ସେ ଦୈନିକ ୪ଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଲୋକସଭାକୁ ସବୁଠାରୁ ଅଧିକ ଆସନ ଦେଉଥିବା
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶରେ ମୋଦୀ ସର୍ବାଧିକ ୩୧ ରାଲି କରିଛନ୍ତି। ଉତ୍ତରପ୍ରଦେଶ ପରେ ବିହାର ଏବଂ ମହାରାଷ୍ଟ୍ରରେ ମୋଦୀ ଯଥାକ୍ରମେ ୨୦ ଏବଂ ୧୯ଟି ନିର୍ବାଚନ ରାଲି କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୦୮ଟି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରିଛନ୍ତି। ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାହୁଲ ଗାନ୍ଧୀ ପଂଜାବରେ ନିର୍ବାଚନ ପ୍ରଚାର କରିଥିବାବେଳେ ପ୍ରିୟଙ୍କା ଗାନ୍ଧୀ ହିମାଚଳପ୍ରଦେଶରେ ରୋଡ୍ସୋ କରିଛନ୍ତି। ପ୍ରିୟଙ୍କାଙ୍କ ନିର୍ବାଚନ ସଭା ଏବଂ ରୋଡ୍ସୋ ଏଥର ଦଳର ପ୍ରମୁଖ ପ୍ରଚାର ଆକର୍ଷଣ ଥିବା ବେଳେ ସେ ୧୦୦ରୁ ଅଧିକ ମିଡିଆ ବାଇଟ୍ ଦେଇଛନ୍ତି। ପ୍ରିୟଙ୍କା ୧୬ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚାର କରିଛନ୍ତି। ହିମାଚଳର ସୋଲନରେ ଏକ ବିଶାଳ ରୋଡ୍ସୋ ସହ ପ୍ରିୟଙ୍କା ତାଙ୍କ ନିର୍ବାଚନ ପ୍ରଚାର ଶେଷ କରିଛନ୍ତି। ୫୫ ଦିନ ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ଆମେଥି ଏବଂ ରାଏବେରେଲିରେ ମଧ୍ୟ ୨ଟି ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି।
[ad_2]




