ରାଜନୀତି

ବୁନୁଙ୍କ ବିରୋଧରେ ବାଇଁଆ-ରୁଦ୍ର ଏକାଠି – Kalinga News

[ad_1]

ଭୁବନେଶ୍ବର: ମଧ୍ୟ ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌ କଳି ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ଓ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ନୂଆ ରୂପ ନେଇଛି। ବିଧାୟକ ଶ୍ରୀ ଜେନାଙ୍କୁ ବିରୋଧ କରିବାକୁ ବାଇଁଆଙ୍କ ସହ ବିଜେଡିର ଅନ୍ୟତମ ଟିକେଟ୍‌ ଆଶାୟୀ ରୁଦ୍ର ସାମନ୍ତରାୟ ହାତ ମିଳାଇଛନ୍ତି। ଆଜି ରାତିରେ ୟୁନିଟ୍‌-୪ସ୍ଥିତ ଏକ ହୋଟେଲରେ ବାଇଁଆ ଓ ରୁଦ୍ର ନିଜ ନିଜର ଖାସ୍ ସମର୍ଥକଙ୍କ ସହ ଏକାଠି ହୋଇ ବୈଠକ କରିଛନ୍ତି। ବର୍ତ୍ତମାନର କର୍ପୋରେଟର ବନ୍ଦିତା ପାଲ୍‌ଙ୍କ ସ୍ବାମୀ ଅର୍ଜ୍ଜୁନ୍‌ ବେହେରାଙ୍କ ସମେତ ୫ରୁ ଅଧିକ ପୂର୍ବତନ କର୍ପୋରେଟର ଓ ପୂର୍ବତନ ବିଏମ୍‌ସି ମେୟର ମିହିର ମହାନ୍ତି ସାମିଲ ହୋଇଥିଲେ।

ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ବାଇଁଆ ଓ ରୁଦ୍ର ମଧ୍ୟରୁ ବିଜେଡି ଜଣଙ୍କୁ ପ୍ରାର୍ଥୀକଲେ ଅନ୍ୟ ଜଣେ ସମର୍ଥନ କରିବେ। ମାତ୍ର ଯଦି ବିଜେଡି ବୁନୁଙ୍କୁ ପୁଣିଥରେ ପ୍ରାର୍ଥୀ କରେ ତାହା ହେଲେ ଉଭୟଙ୍କ ମଧ୍ୟରୁ ଜଣେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଏବଂ ଅନ୍ୟଜଣେ ତାଙ୍କୁ ସମର୍ଥନ କରିବେ। ସୂଚନାଯୋଗ୍ୟ ଯେ ବାଇଁଆ ଓ ରୁଦ୍ର ମଧ୍ୟ ଭୁବନେଶ୍ବରରୁ ବିଜେଡି ଟିକେଟ୍‌ ଆଶାୟୀ ରହିଛନ୍ତି। ଗତ କିଛି ମାସ ହେଲା ଉଭୟ ନିର୍ବାଚନମଣ୍ଡଳୀରେ ନିଜ ନିଜ ସ୍ତରରେ ସଂଗଠନ କରିବା ସହ ନିଜକୁ ବିଜେଡି ଟିକେଟ୍‌ ଦାବିଦାର ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ ଏବେ ଘଟଣାଚକ୍ରରେ ଉଭୟ ଏକାଠି ହେବା ଭୁବନେଶ୍ବର ମଧ୍ୟ ରାଜନୀତିକୁ ଅଧିକ ଉଷ୍ମ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button