ଖେଳ ଖବର

ରୁବଲେଭ ବିଦା: ପ୍ରିକ୍ବାର୍ଟରରେ ସିନ୍ନର – Kalinga News

[ad_1]

ଭାମ୍ବ୍ରି ପରାସ୍ତ, ଦ୍ବିତୀୟ ରାଉଣ୍ଡରେ ବାଲାଜୀ


ପ୍ୟାରିସ୍‌: ଚଳିତ ଫ୍ରେଞ୍ଚ୍‌ ଓପନ୍‌‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ସିଡେଡ୍‌ ଖେଳାଳି ଭାବେ ତୃତୀୟ ରାଉଣ୍ଡରୁ ଷଷ୍ଠ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ୍‌ ବିଦାୟ ନେଇଛନ୍ତି। ଶୁକ୍ରବାର ମୁକାବିଲାରେ ଇଟାଲିର ମାତିଓ ଆର୍ନାଲ୍‌ଦି ଚମତ୍କାର ପ୍ରଦର୍ଶନ କରି ୭-୬, ୬-୨, ୬-୪ ସେଟ୍‌ରେ ରୁଷିଆର ରୁବ୍‌ଲେଭ୍‌ଙ୍କୁ ହରାଇ ଦେଇଛନ୍ତି। ତେବେ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜେତା ଜାନିକ ସିନ୍ନର ସହଜରେ ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଇଟାଲି ଖେଳାଳି ସିଧାସଳଖ ୬-୪, ୬-୪, ୬-୪ ସେଟ୍‌ରେ ରୁଷିଆର ପାଭେଲ କୋତୋଭଙ୍କୁ ପରାସ୍ତ କରିଥିଲେ। ଏଥିସହ ସେ ଚଳିତ ବର୍ଷ ଗ୍ରାଣ୍ଡ ସ୍ଲାମ୍‌ ବିଜୟ ବ୍ୟବଧାନକୁ ୧୦-୦ରେ ପହଞ୍ଚାଇଛନ୍ତି।

ମହିଳା ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ଆମେରିକାର କୋକୋ ଗଫ, ଚେକ୍‌ଗଣରାଜ୍ୟର ମାର୍କେଟା ଭଣ୍ଡ୍ରୌସୋଭା, ଟ୍ୟୁନିସିଆର ଓନ୍ସ ଜାବିଉର ପହଞ୍ଚିଛନ୍ତି। ୟୁଏସ୍‌ ଓପନ୍‌ (୨୦୨୩) ବିଜୟିନୀ ଏବଂ ୨୦୨୨ରେ ଏଠାରେ ଫାଇନାଲ୍‌ ଖେଳିଥିବା ତୃତୀୟ ମାନ୍ୟତାପ୍ରାପ୍ତ ଗଫ୍‌ ୬-୨, ୬-୪ ସେଟ୍‌ରେ ୟୁକ୍ରେନ୍‌ର ଡାୟାନା ୟାସ୍ତ୍ରିମସ୍କାଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ଇଟାଲିର ଏଲିସାବେତା କୋସିଆରେତୋଙ୍କୁ ଭେଟିବେ। କୋସିଆରେତୋ ୭-୬, ୬-୨ ସେଟ୍‌ରେ ରୁଷିଆର ଲିଉଡମିଲା ସାମସୋନୋଭାଙ୍କୁ ହରାଇଥିଲେ। ୱିମ୍ବଲଡନ୍‌ (୨୦୨୩) ବିଜୟିନୀ ପଞ୍ଚମ ମାନ୍ୟତାପ୍ରାପ୍ତ ଭଣ୍ଡ୍ରୌସୋଭା ୬-୧, ୬-୩ ସେଟ୍‌ରେ ଫ୍ରାନ୍ସର ଚୋଲି ପାକ୍ବେଟଙ୍କୁ, ଅଷ୍ଟମ ମାନ୍ୟତାପ୍ରାପ୍ତ ଜାବିଉର ୬-୪, ୭-୬ ସେଟ୍‌ରେ କାନାଡ଼ାର ଲିଲା ଆନି ‌ଫର୍ଣ୍ଣାଡିଜ୍‌ଙ୍କୁ ପରାସ୍ତ କରି‌ଥିଲେ। ସେହିପରି ସର୍ବିୟାର ଓଲଗା ଡାନିଲୋଭି ୦-୬, ୭-୫, ୭-୬ ସେଟ୍‌ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ମାତ୍‌ ଦେଇଥିଲେ। ପ୍ରିକ୍ବାର୍ଟରଫାଇନାଲ୍‌ରେ ସେ ଭଣ୍ଡ୍ରୌସୋଭାଙ୍କୁ ଭେଟିବେ। ତେବେ ୨୦୨୦ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ସୋଫିଆ କେନିନ୍‌ଙ୍କ ଅଭିଯାନ ତୃତୀୟ ରାଉଣ୍ଡରେ ଶେଷ ହୋଇଯାଇଛି। ଏହି ଆମେରିକା ମହିଳା ୨-୬, ୫-୭‌ ସେଟ୍‌ରେ ଡେନ୍‌ମାର୍କର କ୍ଲାରା ତୌସନଙ୍କଠୁ ହାରିଯାଇଛନ୍ତି।

ଭାମ୍ବ୍ରି ପରାସ୍ତ, ଦ୍ବିତୀୟ ରାଉଣ୍ଡରେ ବାଲାଜୀ

ପୁରୁଷ ଯୁଗଳରେ ଭାରତକୁ ମିଶ୍ରିତ ଫଳ ମିଳିଛି। ୟୁକି ଭାମ୍ବ୍ରି ତାଙ୍କ ସାଥୀଙ୍କ ସହ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷ‌ରେ ଏନ୍‌ ଶ୍ରୀରାମ ବାଲାଜୀ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଭାମ୍ବ୍ରି ଓ ତାଙ୍କ ଫ୍ରାନ୍ସ ସାଥୀ ଅଲ୍‌ବାନୋ ଓଲିଭେଟି ୩-୬, ୬-୭ ସେଟ୍‌ରେ ରୁଷିଆର ରୋମାନ ସାଫିଉଲିନ୍‌ ଓ ଅଷ୍ଟ୍ରେଲିଆର ଜନ୍‌ ପେୟର୍ସଙ୍କଠୁ ପରାସ୍ତ ହୋଇଥିଲେ। ବାଲାଜୀ ଓ ତାଙ୍କ ମେକ୍ସିକୋ ସାଥୀ ମିଗୁଏଲ ଆଞ୍ଜେଲ ରେୟେସ ଭାରେଲା ୬-୩, ୬-୪ ସେଟ୍‌ରେ ଆମେରିକାର ରିସି ଷ୍ଟାଲଡର ଓ ନେଦରଲାଣ୍ଡ୍‌ସର ସେମ ‌ଭର୍ବିକଙ୍କୁ ହରାଇଥିଲେ।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button