ରାଜନୀତି

ଅବ୍ୟବସ୍ଥା: ପୋଲିଂ ଦଳ ଛଟପଟ, ବୁଥ୍‌ ବଦଳରେ ଡାକ୍ତରଖାନା ଗଲେ ୧୬ କର୍ମଚାରୀ – Kalinga News

[ad_1]


ଯାଜପୁରସଦର: ଆସନ୍ତାକାଲି ଭୋଟ୍‌ ଗ୍ରହଣ ପୂର୍ବରୁ ଯାଜପୁରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଅବ୍ୟବସ୍ଥା ମଧ୍ୟରେ ଶହ ଶହ ପୋଲିଂ କର୍ମଚାରୀ ଗୁଳିଗୁଳି ଯୋଗୁ ଛଟପଟ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୧୬ଜଣ କର୍ମଚାରୀ ବୁଥ୍‌କୁ ନଯାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ବେଳେ ସୁସ୍ଥ ହୋଇ ୬ଜଣ ଘରକୁ ଫେରିଛନ୍ତି। ଅନ୍ୟମାନେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଆସନ୍ତାକାଲି ନିର୍ବାଚନ ପକ୍ରିୟାରେ ସାମିଲ ହେବାପାଇଁ ପୋଲିଂ କର୍ମଚାରୀମାନେ ଏନ୍‌ସି କଲେଜରେ ପହଞ୍ଚିଥିଲେ। ବହୁ ସମୟ ଧରି ଅପେକ୍ଷା ପରେ ନିଜର ସାମଗ୍ରୀ ଧରି ବାହାରିବା ବେଳକୁ ପ୍ରବଳ ଗୁଳୁଗୁଳି ଓ ଗରମ ଯୋଗୁ ୧୬ଜଣ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସଙ୍ଗେସଙ୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୬ ଜଣ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏନସି କଲେଜ ପରିସରରେ ମଧ୍ୟ ଅସ୍ଥାୟୀ ଅଂଶୁଘାତ ସେଲ୍‌ ଖୋଲାଯାଇ ଡାକ୍ତରଙ୍କ ଉପସ୍ଥିତିରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ସିଡିଏମ୍‌ଓ ଡାକ୍ତର ଶିବାଶିଷ ମହାରଣା କହିଛନ୍ତି।

ଗାଡ଼ି ପାଇବାକୁ ୫ ଘଣ୍ଟା ଅପେକ୍ଷା
କେହି ମାନିଲେନି ଟ୍ରାଫିକ୍‌ କଟକଣା

ଅଭିଯୋଗ ଅନୁସାରେ, ୭ଟି ବିଧାନସଭା ପାଇଁ ପାଖାପାଖି ୧୨ ହଜାରରୁ ଊର୍ଦ୍ଧ୍ବ ପୁଲିସ ଓ ପୋଲିଂ କର୍ମଚାରୀ ଏକତ୍ରିତ ହୋଇଥିଲେ। ବୁଥ୍‌ ୱାରି ପରିବହନ ‌ପାଇଁ ହୋଇଥିବା ଗାଡ଼ି ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଭୋକଉପାସରେ ସେମାନେ ୫/୬ ଘଣ୍ଟା କାଳ ଗାଡ଼ିକୁ ଅପେକ୍ଷା କରିଥିଲେ। ଯେଉଁଥିପାଇଁ ଏହି କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅନ୍ୟପକ୍ଷରେ, ଯାଜପୁର ସହରରେ ଗୁରୁତର ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖାଦେଇଥିଲା। ଏହି ରାସ୍ତାଟି ୨୦ ନମ୍ବର ଜାତୀୟ ରାଜପଥ ହୋଇଥିବାବେଳେ ଜିଲ୍ଲାର ମୁଖ୍ୟ ପ୍ରବେଶ ପଥ। ପୂର୍ବରୁ ଆର୍‌ଟିଓ ପକ୍ଷରୁ ଏହି ରାସ୍ତା ପାଇଁ ଟ୍ରାଫିକ୍‌ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ କେହି ମାନି ନଥିଲେ। ଫଳରେ, ଜାମ୍‌ରେ ଲୋକେ କଲବଲ ହୋଇଥିଲେ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button