କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା – Kalinga News

[ad_1]
ଫୁଲବାଣୀ, ବାଲିଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ଅଟକିଲା
ଫୁଲବାଣୀ: ଆଜି ସନ୍ଧ୍ୟାରେ ଆଉ ୬ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଅଚ୍ୟୁତ ସାମନ୍ତଙ୍କୁ ପୁନର୍ବାର କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ, ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ କେବଳ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ଫୁଲବାଣୀ ଓ ବାଲିଗୁଡ଼ାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ଉଭୟ ଆସନରେ ବିଜେଡିରୁ କିଏ, ଏନେଇ ଉତ୍କଣ୍ଠା ଲାଗି ରହିଛି। ତେବେ ଫୁଲବାଣୀରୁ ବିଜେଡି ବର୍ତ୍ତମାନର ବିଧାୟକ ଅଙ୍ଗଦ କହଁରଙ୍କୁ ପୁଣିଥରେ ସୁଯୋଗ ଦେବ, ନା’ ନୂଆ ଚେହେରା ଉପରେ ଭରସା କରିବ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଘୁ.ଉଦୟଗିରିରୁ ସାଲୁଗା
ଫୁଲବାଣୀ, ବାଲିଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ଅଟକିଲା
ରିପିଟ୍ ଫର୍ମୁଲା ନା’ ନୂଆ ମୁହଁ, ବଢ଼ିଲା ଉତ୍କଣ୍ଠା
ଦଳୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଫୁଲବାଣୀ ବିଧାନସଭା ଆସନରୁ ଲଢ଼ିବା ପାଇଁ ମୋଟ ୧୨ ଜଣ ପ୍ରାର୍ଥୀ ଦରଖାସ୍ତ କରିଛନ୍ତି। ତେବେ ନିକଟରେ ଓଡ଼ିଶା ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିବା ରବୀନ୍ଦ୍ରନାଥ କହଁରଙ୍କ ନାମ ଏହି ଦୌଡ଼ରେ ଆଗରେ ରହିଛି। ଫଳରେ ଦଳ ତାଙ୍କୁ ନୂଆ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଥିବା ଆଲୋଚନା ଜୋର୍ ଧରିଛି। ଅନ୍ୟପକ୍ଷରେ ବିଧାୟକ ଶ୍ରୀ କହଁର ପୁଣିଥରେ ବିଧାୟକ ଭାବେ ଲଢ଼ିବାକୁ ଆଗ୍ରହୀ ଅଛନ୍ତି। ସେହିପରି ଅନ୍ୟତମ ଆଶାୟୀ ଭାବେ ଫିରିଙ୍ଗିଆ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଲାଲନନ୍ଦା କହଁରଙ୍କ ଓ ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ଜୟଶ୍ରୀ କହଁର ଉଭା ହୋଇଛନ୍ତି। ଜୟଶ୍ରୀ ହେଉଛନ୍ତି ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜଣେ ଦୃଢ଼ ସମର୍ଥକ। ସେହିଭଳି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦୃଢ଼ ସମର୍ଥକ କୁହାଯାଉଥିବା କ୍ରାଣ୍ଡିବାଲିର ପୂର୍ବତନ ସରପଞ୍ଚ ବିଷ୍ଣୁ ମଲ୍ଲିକ ମଧ୍ୟ ଏହି ଆସନରୁ ଲଢ଼ିବା ପାଇଁ ଆଶାୟୀ ରହିଛନ୍ତି। ତେବେ କାହା ଉପରେ ହାଇକମାଣ୍ଡ୍ଙ୍କ କୃପାଦୃଷ୍ଟି ପଡ଼ୁଛି ତାହା ଦେଖିବାକୁ ବାକି ରହିଲା।
[ad_2]