କଂଗ୍ରେସକୁ ଝଟକା: ୭ ବଡ଼ ନେତା ହାତ ଛାଡି ଧରିଲେ ପଦ୍ମ – Kalinga News

[ad_1]
ଜୟପୁର: ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ କଂଗ୍ରେସକୁ ଝଟକା ଲାଗିଛି। ଦଳର ୭ ବଡ଼ ନେତା ହାତ ଛାଡି ପଦ୍ମ ଧରିଛନ୍ତି। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତମ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଯାଦବ ଏବଂ ଲାଲ ଚନ୍ଦ କଟାରିଆ ଅଛନ୍ତି। ସେହିପରି ଖିଲାଡି ଲାଲ ବୈରଭା, ବିଜୟପାଳ ମିର୍ଦ୍ଧା ଏବଂ ସୁରେଶ ଚୌଧୁରୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
#WATCH | Jaipur: Several Congress leaders join BJP in the presence of Rajasthan CM Bhajanlal Sharma, Rajasthan Deputy CM Diya Kumari and Rajasthan BJP President CP Joshi.
Union Minister and BJP’s Alwar candidate Bhupender Yadav, also present. pic.twitter.com/BEKWA73zXi
— ANI MP/CG/Rajasthan (@ANI_MP_CG_RJ) March 10, 2024
ବିଜେପିରେ ସାମିଲ ହୋଇଥିବା ଅନ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରିଛପାଳ ମିର୍ଦ୍ଧା ଏବଂ ଆଲୋକ ବେନିୱାଲ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ନେତାମାନେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ପ୍ରତି ସେମାନେ ଆକର୍ଷିତ ହୋଇଥିବା କହିଛନ୍ତି।
[ad_2]