ଖେଳ ଖବର

ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌: ଦ୍ବିତୀୟ ବୋଲିଂ ବିକଳ୍ପ ଖୋଜିବ ଭାରତୀୟ ଦଳ – Kalinga News

[ad_1]


ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ଶନିବାର ବାଂଲାଦେଶ ‌ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ। ବିରାଟ କୋହଲି ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ପହଞ୍ଚିବେ। ‌ତଥାପି ଅନ୍ୟ ୧୪ଜଣଙ୍କୁ ଏହି ମ୍ୟାଚ୍‌ ଜରିଆରେ ନିଜନିଜର ସାମର୍ଥ୍ୟକୁ ପରଖିବା ପାଇଁ ଉତ୍କୃଷ୍ଟ ସମୟ ହେବ। କୋହଲିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ୍‌ ପ୍ରାରମ୍ଭିକ ବ୍ୟାଟିଂ କ୍ରମ ପାଇଁ‌ କେତେ ଉପଯୁକ୍ତ ତାହା ପ୍ରମାଣିତ କରିବା ପାଇଁ ମଧ୍ୟ ଭଲ ସୁଯୋଗ ରହିଛି। ସେହିପରି ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ମଧ୍ୟ ଅଭ୍ୟାସ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।

କେମିତି ଦେଖିହେବ ମ୍ୟାଚ୍‌?
ଆମେରିକା ଓ ଭାରତର ଟାଇମ୍‌ ଜୋନ୍‌ ଭିନ୍ନଭିନ୍ନ ରହୁଥିବାରୁ କେଉଁ ସମୟରେ ଖେଳ ଦେଖିହେବ ତାହାକୁ ନେଇ ପ୍ରଶଂସକମାନେ ବ୍ୟଗ୍ର ଅଛନ୍ତି। ଆମେରିକା‌ର ସ୍ଥାନୀୟ ସମୟ ଦିନ ୧୦.୩୦ରେ ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଭାରତରେ ଏହି ମ୍ୟାଚ୍‌କୁ ରାତି ୮ଟାରେ ଷ୍ଟାର୍‌ ସ୍ପୋର୍ଟ୍ସ ଓ ଡିଜ୍‌ନି+ହଟ୍‌ଷ୍ଟାର୍‌ରେ ସିଧାପ୍ରସାରଣ ଦେଖିହେବ।

ଆଇପିଏଲ୍‌ ପରେ ପାଖାପାଖି ଦୁଇ ସପ୍ତାହ ପର୍ଯ୍ୟନ୍ତ ମ୍ୟାଚ୍‌ ଅଭ୍ୟାସଠୁ ଭାରତୀୟ ଖେଳାଳିମାନେ ଦୂରରେ ଥିଲେ। ତେଣୁ ଅଭ୍ୟାସ ମ୍ୟାଚ୍‌ ଜରିଆରେ ସେମାନେ ଲୟକୁ ଫେରିଛନ୍ତି କି ନାହିଁ ତାହା ଜାଣିହେବ। ତଥାପି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଦୁଇଟି ଦିଗ ଉପରେ ଅଧିକ ଧ୍ୟାନ ଦେବେ। ପ୍ରଥମେ, ଯଦି ଜୟସ୍ବାଲ ଭଲ ଫର୍ମକୁ ଆସନ୍ତି, ତାହେଲେ ତାଙ୍କୁ କିପରି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। କାରଣ ଜୟସ୍ବାଲ ଏକାଦଶ ଭିତରକୁ ଆସିଲେ ପାୱାରହିଟର୍‌ ଶିବମ ଦୁବେଙ୍କୁ ବାହାରେ ବସିବାକୁ ପଡ଼ିପାରେ। କିନ୍ତୁ ଆଇପିଏଲ୍‌ ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ଜୟସ୍ବାଲଙ୍କୁ ବାହାରେ ବସିବାକୁ ପଡ଼ିପାରେ। କାରଣ ବିରାଟ କୋହଲି ଓ ରୋହିତ ବ୍ୟାଟିଂ ଆରମ୍ଭ କରିବା ସମ୍ଭାବନା ଅଧିକ ରହୁଛି। ଦ୍ବିତୀୟତଃ, ଯଶପ୍ରୀତ୍‌ ବୁମ୍‌ରାଙ୍କ ଦ୍ରୁତ ବୋଲିଂ ପାର୍ଟନର କିଏ ହେବ? ଉଭୟ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ଆଇପିଏଲ୍‌ରେ ଉତ୍‌ଥାନ-ପତନ ଦେଇ ଗତି କରିଛନ୍ତି। ନ୍ୟୁୟର୍କ ପରିବେଶରେ ବୋଲିଂ ବେଳେ ଏକାଧିକ ପରିବର୍ତ୍ତନଶୀଳ ବଲ୍‌ ପକାଇବାକୁ ହେବ। ଏହି ଦୃଷ୍ଟିରୁ ଦେଖିଲେ ଅର୍ଶଦୀପ ଆଗରେ ଆସିବେ। ପୂର୍ବରୁ ଅର୍ଶଦୀପ ଏଭଳି ବୋଲିଂ କରି ସଫଳତା ପାଇଛନ୍ତି। ଅନ୍ୟପକ୍ଷରେ ନ୍ୟୁୟର୍କର ନୂଆ ଉଠା ପିଚ୍‌ ସାମାନ୍ୟ ଧିମା ରହିବ। ଏଭଳିସ୍ଥିତିରେ ସକିବ୍‌ ଅଲ୍‌ ହାସନ ଓ ମେହେଦି ହାସନଙ୍କୁ ସମ୍ମୁଖୀନ ହେବା ବେଳେ ଭାରତୀୟ ବ୍ୟାଟର୍‌ଙ୍କୁ ସତର୍କ ରହିବାକୁ ହେବ।

ପିଚ୍‌ ପରଖିଲେ ରୋହିତ, ରାହୁଲ
ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ନ୍ୟୁୟର୍କ ପିଚ୍‌କୁ ଅଧିନାୟକ ରୋହିତ ଓ ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ଼ ଯାଞ୍ଚ କରିଛନ୍ତି। ଯାଞ୍ଚ କରିବା ପରେ ଏହି ପିଚ୍‌ ଅନ୍ୟମାନଙ୍କ ଭଳି ଏକ ସାଧାରଣ ଓ ଭଲ ପିଚ୍‌ ବୋଲି ସେମାନେ କହିଛନ୍ତି। ଉଠା ପିଚ୍‌ ସହିତ ଅନେକ ଦଳ ଆଦୌ ଜଡ଼ିତ ନାହାନ୍ତି। ତେଣୁ ମ୍ୟାଚ୍‌ ବେଳେ ଏହା କିପରି ବ୍ୟବହାର ଦେଖାଇବ ତାହାକୁ ନେଇ ପ୍ରାୟତଃ ସବୁ ଦଳ ଚିନ୍ତାରେ ଅଛନ୍ତି। ତେଣୁ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ଭାରତୀୟ ଖେଳାଳିମାନେ ପିଚ୍‌ର ଗୁଣାବତ୍ତା ଓ ସ୍ଥାୟୀତ୍ବ ଉପର ଭଲଭାବେ ଜାଣିପାରିବେ।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button