ଆରମ୍ଭରୁ ମାଧବଙ୍କୁ ବିରୋଧ: ସମ୍ବର୍ଦ୍ଧନା ସଭାକୁ ବର୍ଜନ କରିବେ ବିଜେଡି କର୍ମୀ – Kalinga News

[ad_1]
ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବିଜେଡି ପକ୍ଷରୁ ଆସନ୍ତାକାଲି ତେଲକୋଇ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁଙ୍କୁ ଠାକୁରପଡ଼ାରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ବର୍ଦ୍ଧନା ସଭାରେ ଯୋଗନଦେବାକୁ ବହୁ ସଂଖ୍ୟାରେ ବିଜେଡି କର୍ମୀ ଆଜି ଶପଥ ନେଇଛନ୍ତି। ଆଜି ହରିଚନ୍ଦନପୁର ବ୍ଲକ୍ର ୨୫ଟି ପଞ୍ଚାୟତର ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ପିଟାପିଟି ପଞ୍ଚାୟତ ଝାଡ଼ପୋଖରୀ ପଡ଼ିଆରେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଯୋଗଦେବାର ଥିଲା। କିନ୍ତୁ ସେ କାର୍ଯ୍ୟକ୍ରମକୁ ଆସି ନଥିଲେ। ଏହାକୁ ନେଇ ଉପସ୍ଥିତ କର୍ମକର୍ତ୍ତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତାକାଲି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେଡି କର୍ମୀମାନେ ଯୋଗଦେବେ ନାହିଁ ବୋଲି ଆଜିର ବୈଠକରେ ଶପଥ ନେଇଥିଲେ। ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ମହାନ୍ତଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଦାଶରଥି ବେଜ, ଚିନ୍ମୟ କୁମାର ସାହୁ, ପଞ୍ଚାନନ ସାହୁ, ଲୁଲୁ ରାଉତ, ଋଷିବର ସାହୁ, ଋଷିଆ ମହାନ୍ତ, ପ୍ରଶାନ୍ତ ସାହୁ, ଶରତ ସାହୁ, ଚିରଞ୍ଜୀବୀ ସାହୁ, ରାଜେଶ ମୁଣ୍ଡା, ତପନ ରଥ, ଅଶ୍ୱିନୀ ନାଏକ, ହରିଚନ୍ଦନପୁର ସରପଞ୍ଚ ରଶ୍ମି ମୁଣ୍ଡା, ଦୈତାରି ସରପଞ୍ଚ କାରିଆ ବାସ୍କେ, ଜାନୁ ମୁଣ୍ଡା, ମାଧବ ମହାରଣାଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗଦେଇଥିଲେ।
[ad_2]