ଖେଳ ଖବର

ଦେଢ଼ ବର୍ଷ ପରେ ଭାରତୀୟ ଜର୍ସିରେ ପନ୍ତ – Kalinga News

[ad_1]


ନ୍ୟୁୟର୍କ: ଭାରତୀୟ କ୍ରିକେଟର୍‌ ଋଷଭ ପନ୍ତ ପାଖାପାଖି ଦେଢ଼ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରୁଛନ୍ତି। ଶେଷଥର ପାଇଁ ୨୦୨୨ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା ବେଳେ ସେ ଭାରତୀୟ ଜର୍ସି ପରିଧାନ କରିଥିଲେ। ଏହାର ଅଳ୍ପ କିଛି ଦିନ ପରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣାର ଶିକାର ହୋଇ ଋଷଭ ଗୁରୁତର ‌ହୋଇଥିଲେ। ପାଖାପାଖି ୧୫ ମାସ ପର୍ଯ୍ୟନ୍ତ ଏକାଧିକ ସର୍ଜରି ହେବା ପରେ ଜାତୀୟ କ୍ରିକେଟ୍‌ ଏକାଡେମିରେ ତାଙ୍କର ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଭ୍ୟାସ କରୁଥିଲେ। ଗତ ଆଇପିଏଲ୍‌ରେ ସେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏବେ ପୁଣି ଥରେ ଭାରତୀୟ ଜର୍ସି ପିନ୍ଧିବାକୁ ସୁଯୋଗ ମିଳିଥିବାରୁ ସେ ଏହାର ଟେକ ରଖିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ବହୁତ ଦିନ ପରେ ସାଥୀ ଖେଳାଳିଙ୍କ ସହ ମିଶିବା, ସେମାନଙ୍କ ସହ ଆଲୋଚନା କରିବା ଓ ସମୟ ବିତାଇବା ବହୁତ ଭଲ ଲାଗୁଛି। ପୂର୍ବରୁ ବିଭିନ୍ନ ଦେଶରେ ଖେଳି ଆମେ ଅଭ୍ୟସ୍ତ ହୋଇସାରିଛୁ। କିନ୍ତୁ ଆମେରିକା ସେମାନଙ୍କଠୁ ଭିନ୍ନ। ଏଠାରେ କ୍ରିକେଟ୍‌ ଏବେ ଉନ୍ନତି ପଥରେ ଗତି କରୁଛି। ଏଠାରେ ସୂର୍ଯ୍ୟ ଅନ୍ୟ ଦେଶମାନଙ୍କ ଅପେକ୍ଷା ଅଧିକ ଚମକୁଥିବା ଭଳି ଦେଖାଯାଉଛି। ତେଣୁ ଏହା ସହିତ ଆମକୁ ଅଭ୍ୟସ୍ତ ହେବାକୁ ପଡ଼ିବ ବୋଲି ପନ୍ତ ଏକ ଭିଡିଓରେ କହିଛନ୍ତି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button