ଅପରାଧ

ପୁଅକୁ ହାଣିବାକୁ ଗୋଡ଼ାଉଥିଲେ ବାପା: ଟାଙ୍ଗିଆ ଛଡ଼ାଇ ବାପାକୁ ହତ୍ୟା କଲା ପୁଅ – Kalinga News

[ad_1]


ଖଜୁରୀପଡ଼ା: ପୁଅକୁ ହାଣିବାକୁ ଗୋଡ଼ାଇଥିଲେ ମଦ୍ୟପ ବାପା। ହେଲେ ବାପା ହାତରୁ ଟାଙ୍ଗିଆ ଛଡ଼ାଇ ପୁଅ ପାଲଟା ଆକ୍ରମଣ କଲା। ଏଥିରେ ବାପାଙ୍କ ମୃତ୍ୟୁ ଘଟିଛି। ଫୁଲବାଣୀ ସଦର ଥାନା ଅଧୀନ ବିଲାବାଡ଼ି ପଞ୍ଚାୟତ କାକେନ୍ଦ୍ରି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ବାରୁଣୀ ଗଣ୍ଡା।

ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୧୦ଟା ବେଳେ ବାରୁଣୀ ପ୍ରଚୁର ମଦ ପିଇ ନିଜ ସାଙ୍ଗସାଥୀଙ୍କ ସହ ପାଟିତୁଣ୍ଡ କରୁଥିଲେ। ଶ୍ବଶୁର ଘର ଗାଁ କାକେନ୍ଦ୍ରିରେ ରହୁଥିବା ବାରୁଣୀ ସବୁବେଳେ ମଦ ପିଇ ଏଭଳି ଗଣ୍ଡଗୋଳ କରୁଥିବାରୁ ପୁଅ ରୋହିତ ଗଣ୍ଡା ଏହାର ପ୍ରତିବାଦ କରିଥିଲା। ଏଥିରେ ବାରୁଣୀ ରାଗିଯାଇ ପୁଅ ରୋହିତକୁ ଟାଙ୍ଗିଆ ଧରି ଗୋଡ଼ାଇଥିଲେ। ହେଲେ ବାରୁଣୀ ଧରିଥିବା ଟାଙ୍ଗିଆକୁ ପୁଅ ରୋହିତ ଛଡ଼ାଇ ବାପାଙ୍କ ମୁଣ୍ଡକୁ ଦୁଇ ଶକ୍ତ ପାହାର ପକାଇଥିଲା। ଘଟଣାସ୍ଥଳରେ ହିଁ ବାରୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହିତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ମୃତ ବାରୁଣୀଙ୍କ ଝିଅ କଳ୍ପନା ଗଣ୍ଡା ଫୁଲବାଣୀ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଆଜି ସକାଳୁ ଫୁଲବାଣୀ ସଦର ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍‌ଧାତା ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ରୋହିତ ଫେରାର ରହିଥିବାରୁ ତାକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button