ସ୍ବାମୀ ଫୋନ ଛଡ଼ାଇ ନେବାରୁ ଅଚେତ କରି କରେଣ୍ଟ ଦେଲା ସ୍ତ୍ରୀ, ବ୍ୟାଟରେ ପିଟି ଫଟାଇ ଦେଲା ମୁଣ୍ଡ – Kalinga News
[ad_1]
ମୈନପୁରୀ: ସ୍ବାମୀ ଫୋନ ଛଡ଼ାଇ ନେବାରୁ ଅଚେତ କରି କରେଣ୍ଟ ଦେଲା ସ୍ତ୍ରୀ। ବ୍ୟାଟରେ ପିଟି ଫଟାଇ ଦେଲା ମୁଣ୍ଡ। ଉତ୍ତରପ୍ରଦେଶର ମୈନପୁରୀରେ ଘଟିଛି ଏଭଳି ଘଟଣା। ଏବେ ଗୁରୁତର ଆହତ ହୋଇଥିବା ସ୍ବାମୀର ଅଭିଯୋଗକ୍ରମେ ପୁଲିସ ଏତଲା ରୁଜୁ କରି ତଦନ୍ତ କରିବା ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କିସ୍ନି ପୁଲିସ ଷ୍ଟେସନ ଅଞ୍ଚଳର ପଦମପୁର ନିବାସୀ ପ୍ରଦୀପ କୁମାର ୨୦୦୭ ମସିହାରେ ଔରୈୟା ଜିଲ୍ଲାର ବେବିଙ୍କୁ ବିବାହ କରିଥିଲେ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, ବେବି ଫୋନରେ ଅନ୍ୟ ପୁରୁଷ ସହ କଥା ହେଉଥିଲେ। ଏହାର ବିରୋଧ କରି ମୁଁ ବେବିଙ୍କ ମାତାପିତାଙ୍କୁ ଫଇସଲା ପାଇଁ ଡାକିଥିଲି। ଆଲୋଚନା ପରେ ବେବିଙ୍କ ଫୋନ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା। ରାଗ ରଖି ମେ’ ୧୮ ତାରିଖ ରାତିରେ ବେବି ମୋତେ ମଦ ଦେଇ ଚେତାଶୂନ୍ୟ କରିଦେଇଥିଲେ ଏବଂ ପରେ ପ୍ଲଗ ସହିତ ତାର ସଂଯୋଗ କରି ମୋତେ କରେଣ୍ଟ ଦେଇଥିଲେ। କରେଣ୍ଟ ଲାଗିବାରୁ ମୁଁ ତଳେ ପଡ଼ିଯାଇଥିଲି। ତଥାପି ମଧ୍ୟ ସେ ମୋତେ କରେଣ୍ଟ ଦେବା ବନ୍ଦ କରିନଥିଲେ। ମୋ ଚିତ୍କାର ଶୁଣି ମୋ ପୁଅ ଦୌଡ଼ି ଆସି ପ୍ଲଗ କାଢ଼ି ଦେଇଥିଲା। ଏହା ପରେ ବେବି ବ୍ୟାଟରେ ମୋ ମୁଣ୍ଡ ଓ ଶରୀରକୁ ପିଟିବା ଆରମ୍ଭ କରିଥିଲେ। ମୋତେ ମାଡ଼ ମରାଯାଉଥିବା ଦେଖି ପୁଅ ଅଟକାଇଥିଲେ ବି ତାକୁ ମାଡ଼ ମାରିଥିଲା ବେବି। ଏବେ ମୋ ପୁଅ ଓ ମୋ ଜୀବନ ପ୍ରତି ବିପଦ ରହିଛି।
ଏଭଳି ଏତଲା ପରେ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି।
[ad_2]