ନିମାପଡ଼ାରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ – Kalinga News

[ad_1]
ନିମାପଡ଼ା/ବାମନାଳ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡ଼ାରେ ରୋଡ୍ ସୋ’ କରି ନିର୍ବାଚନ ପ୍ରଚାର କରିଛନ୍ତି। ନିମାପଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇ ପଚାରିଥିଲେ, ଆପଣମାନେ ଭଲ ଅଛନ୍ତି? ତାଙ୍କର ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର ଚଳାଇଥିବା ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଥିଲେ ଯେ ମୁଁ ସମ୍ପୂର୍ଣ୍ଣ ରୂପେ ଭଲ ଅଛି, ଆପଣଙ୍କ ଆଗରେ ଠିଆହୋଇ କଥା କହୁଛି। ଆପଣମାନେ ଦେଖୁଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ। ଓଡ଼ିଶାବାସୀଙ୍କ ସେବା କରୁଛି। ଆସନ୍ତା ଜୁଲାଇ ମାସରୁ ସମସ୍ତ ପରିବାରକୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରାଯିବ। ମିସନ ଶକ୍ତି ମା’ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ଭଲ କାମ କରୁଛ, ଆଗକୁ ବଢ଼। ଶେଷରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ୨୦ କିମି ରୋଡ୍ ସୋ’ରେ ବିଭିନ୍ନ ଛକରେ ଜନ ସାଧାରଣଙ୍କୁ ହାତ ହଲାଇ ମୁଖ୍ୟମନ୍ତ୍ରୀ ଅଭିବାଦନ ଜଣାଇଥିଲେ। ହଜାର ହଜାର ଲୋକ ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ବସ ପଛରେ ବିଜେଡି ପ୍ରାର୍ଥୀ ଦିଲୀପ ନାୟକ, ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ସମେତ ବହୁ ବିଜେଡି ନେତା ଖୋଲାଜିପ୍ରେ ଠିଆହୋଇ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ରୋଡ୍ ସୋ’ ସମୟରେ ବ୍ରହ୍ମପୁରର ଯୋଡ଼ିଶଙ୍ଖ, ଘଣ୍ଟମର୍ଦ୍ଦଳ, ମୟୂର ନୃତ୍ୟଦଳ ଉପସ୍ଥିତ ରହି କଳା ପରିବେଷଣ କରିଥିଲେ। ଗୋଲେଇ ଛକରୁ ରୋଡ୍ ସୋ’ ଆରମ୍ଭ ହୋଇ ନିମାପଡ଼ା ବଜାର ପରିକ୍ରମା କରି ହରିପୁର ବଜାର ପର୍ଯ୍ୟନ୍ତ ଯାଇଥିଲା।
[ad_2]