ରାଜନୀତି

ସମ୍ବଲପୁର ବିଧାନସଭା ଆସନ: ଦୁଇ ମହାରଥୀଙ୍କ ମଧ୍ୟରେ ମୁକାବିଲା – Kalinga News

[ad_1]

ରେଢ଼ାଖୋଲରେ ରହିଲେ ରୋହିତ

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ଭଳି ବିଧାନସଭାରେ ବି ଦୁଇ ମହାରଥୀଙ୍କ ମଧ୍ୟରେ ଲଢ଼େଇ ହେବ। ପୂର୍ବରୁ ବିରୋଧୀ ଦଳର ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପ‌ରେ ବିଜେପି ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡି ତାଙ୍କ ବିରୋଧରେ ପଶ୍ଚିମ ଓଡ଼ିଶାର ଚାଣକ୍ୟ କୁହାଯାଉଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଇଦାନକୁ ଓହ୍ଲାଇଛି। ପ୍ରସନ୍ନଙ୍କ ଭଳି ହେଭିୱେଟ୍‌ ନେତାଙ୍କୁ ପ୍ରାର୍ଥୀକରି ବିଜେଡି ସମ୍ବଲପୁରରେ ଲାଗି ରହିଥିବା ଦଳୀୟ ଗୋଷ୍ଠୀକନ୍ଦଳ ଏଡ଼ାଇବାକୁ ଚେଷ୍ଟା କରିଛି। ଏପଟେ ରେଢ଼ାଖୋଲରେ ପୁଣିଥରେ ବ‌ିଜେଡି ବିଧାୟକ ରୋହିତ ପୂଜାରୀଙ୍କ ଉପରେ ଭରସା କରିଛି।

ତ‌େବେ, ପ୍ରଣବ ପ୍ରକାଶ ଦାସ ଏବଂ ପ୍ରସନ୍ନ ଆଚାର୍ଯ୍ୟ ଉଭୟେ ସମ୍ବଲପୁର ଜିଲ୍ଲା ବାହାର ବାସିନ୍ଦା ହୋଇଥିବାରୁ ‘ଆମଦାନୀ ନେତା’ରେ ବିଜେଡି ନିର୍ବାଚନ ଲଢ଼ୁଥିବା କଥା ଏବେ ଭାଇରାଲ୍‌ ହେଉଛି। ଅନ୍ୟପକ୍ଷରେ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଆସନରୁ ଏଥର ନିର୍ବାଚନ ଲଢ଼ିବାପାଇଁ ସବୁପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ହେଲେ, ରାସେଶ୍ବରୀ ପାଣିଗ୍ରାହୀ ଏବଂ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସିଦ୍ଧାର୍ଥ ଦାସଙ୍କ ଗୋଷ୍ଠୀ କୌଣସି ସ୍ଥିତିରେ ବି ରୋହିତଙ୍କୁ ଗ୍ରହଣ କରାଯିବ ନାହିଁ ବୋଲି ଦଳୀୟ ନେତୃତ୍ବଙ୍କୁ ସ୍ପଷ୍ଟଭାବେ ଶୁଣାଇଥିଲେ। ତୀବ୍ର ବିରୋଧର ସମ୍ମୁଖୀନ ହେବାପରେ ରୋହିତ ପୁଣି ରେଢ଼ାଖୋଲମୁହାଁ ହୋଇଥିଲେ। ଏପଟେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିଜେଡିର ଗଡ଼ ରେଢ଼ାଖୋଲ ଆସନରୁ ନିର୍ବାଚନ ଲଢ଼ିବାପାଇଁ ଏଥର ପ୍ରମୁଖ ଦାବିଦାର ଥିଲେ। ସେ ରେଢ଼ା‌ଖୋଲ ଛାଡ଼ିବା ପାଇଁ ବି ଅନାଗ୍ରହ ପ୍ରକାଶ କରିଥିଲେ। ହେଲେ, ସମ୍ବଲପୁରରେ ଦଳୀୟ ଗୋଷ୍ଠୀ କନ୍ଦଳ ନିର୍ବାଚନରେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବା ଆଶଙ୍କା କରି ପ୍ରସନ୍ନଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button