ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ନତାଶାଙ୍କ ସମ୍ପତ୍ତିକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା – Kalinga News

[ad_1]
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ପ୍ରଥମେ ତାଙ୍କ ଦଳ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଥିବା ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କରେ ଦୁହେଁ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ସୋସିଆଲ ମିଡିଆରୁ ଏହା ସ୍ପଷ୍ଟ ହୋଇଛି। ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଛନ୍ତି। ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ କୁହାଯାଉଥିଲା ଯେ, ଛାଡ଼ପତ୍ର ପରେ ନତାଶା, ହାର୍ଦ୍ଦିକଙ୍କ ୭୦ପ୍ରତିଶତ ସମ୍ପତ୍ତି ନେବେ। ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ନତାଶାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ମୁତାବକ, ନତାଶା ମୋଟ ୨୦କୋଟିର ମାଲିକାଣୀ ଅଟନ୍ତି। ବିବାହ ପୂର୍ବରୁ ନତାଶା ବିଭିନ୍ନ ମ୍ୟୁଜିକ୍ ଭିଡିଓ ଓ ବଲିଉଡରେ ଫିଲ୍ମରେ କାମ କରିଥିଲେ। ହେଲେ ବିବାହ ପରେ ସେ ନିଜକୁ ଅଭିନୟଠାରୁ ଦୂରେଇ ଦେଇଥିଲେ।
ତେବେ ୨ଦିନ ତଳେ ନତାଶା ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ତଥାକଥିତ ପ୍ରେମିକ ଆଲେକ୍ସଜାଣ୍ଡାର୍ ଆଲେକ୍ସଲିକଙ୍କ ସହ ଖାଇବାକୁ ଯାଇଥିବା ବେଳେ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଛଡ଼ପତ୍ର ଚର୍ଚ୍ଚା ବିଷୟରେ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ପ୍ରଶ୍ନ ଶୁଣିବା ମାତ୍ରେ ଧନ୍ୟବାଦ୍ କହି ସେଠାରୁ ଚାଲି ଯାଇଥିଲେ ନତାଶା।
[ad_2]