ଭାରତ-ପାକ୍ ମହାମୁକାବିଲା ପାଇଁ ନ୍ୟୁୟର୍କ ପ୍ରସ୍ତୁତ, ବଡ଼ ବୟାନ ଦେଲେ ପୂର୍ବତନ ପାକିସ୍ତାନୀ ଖେଳାଳି – Kalinga News

[ad_1]
ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍ ଜୁନ୍ ୯ତାରିଖରେ ଖେଳାଯିବ। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କ ଉପରେ ପ୍ରବଳ ଚାପ ରହିବ। ବାସ୍ତବରେ ତାଙ୍କ ଦଳକୁ ପ୍ରଥମ ମ୍ୟାଚ୍ ରେ ଆମେରିକା ଭଳି ଏକ ଛୋଟ ଦଳର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ଏକତରଫା ଭାବେ ଜିତି ଏଠାକୁ ଆସୁଛି। ଇତିମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ଖେଳାଳି ଦୁଇ ବଡ଼ ତାରକା ଖେଳାଳିଙ୍କୁ ନେଇ ଟିମ୍ ଇଣ୍ଡିଆକୁ ବଡ଼ ବୟାନ ଦେଇଛନ୍ତି।
ରବିବାର ଟି-୨୦ ବିଶ୍ୱକପ୍ ଅଭିଯାନରେ ଭାରତକୁ ପରାସ୍ତ କରିବାକୁ ହେଲେ ବାବର ଆଜମଙ୍କ ନେତୃତ୍ୱାଧୀନ ଦଳକୁ ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ତାରକା ଖେଳାଳିଙ୍କ ଉପରେ ଲଗାମ ଲଗାଇବାକୁ ପଡ଼ିବ ବୋଲି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଫୱାଦ ଆଲାମ୍ କହିଛନ୍ତି।
[ad_2]




