ରାଜନୀତି

ଓଡ଼ିଶାରେ ବିଜେପି ଫେଲ୍‌ ମାରିବ: ନବୀନ – Kalinga News

[ad_1]

ବିଜେପି ନେତାଙ୍କୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ, ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେପି

ଭୁବନେଶ୍ବର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ସରକାର ଗଠନ କରିବ ବୋଲି ବିଜେପି ଦାବି କରୁଥିଲା। କିନ୍ତୁ ଏହି ତିନି ରାଜ୍ୟରେ ସେମାନେ ବିଫଳ ହେଲେ। ଓଡ଼ିଶାରେ ମଧ୍ୟ ବିଜେପି ଫେଲ୍‌ ମାରିବ। ଓଡ଼ିଶାରେ ସରକାର ଗଠନ କରିପାରିବନି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ବି‌ଜେପିର କ୍ୟାବିନେଟ୍‌ ମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି। ଏହା ଠିକ୍ ନୁହେଁ। ସେମାନେ ଓଡ଼ିଶାର ଅତିଥି ଭଳି। କିନ୍ତୁ ଏଠାକୁ ଆସି ମିଛ ଅଭିଯୋଗ କରୁଛନ୍ତି। ଏଥିରୁ ସେମାନେ କ୍ଷାନ୍ତ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି। ମିଛ ଅଭିଯୋଗ ଓ ଅଶାଳୀନ ଭାଷାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ନବୀନ।

ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଏକ ଟ୍ବିଟ୍‌ ଉପରେ ମଧ୍ୟ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସଭାରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ତାଙ୍କ ହାତ ଥରିବା ଓ ହାତକୁ ଦଳର ନେତା ଭି କେ ପାଣ୍ଡିଆନ୍ ଧରୁଥିବାର ଏକ ଭିଡିଓ ଶ୍ରୀ ବିଶ୍ବଶର୍ମା ପୋଷ୍ଟ କରିଥିଲେ। ଏହା ଉପରେ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ କହିଛନ୍ତି, ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେପି। ମୋ ହାତକୁ ନେଇ ଯେଉଁ ଆଲୋଚନା କରୁଛନ୍ତି ତାହା ଠିକ୍ ନୁହେଁ। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ତାଙ୍କ ବାମ ହାତକୁ ଟେବୁଲ୍‌ରେ ବାଡ଼ଉଥିବା ଦେଖିବାକୁ ମିଳୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button