ଅପରାଧ

ବରମୁଣ୍ଡାରେ କାର୍‌କୁ ବୋମାମାଡ଼ ମାମଲା: ଗାର୍ଲଫ୍ରେଣ୍ଡ୍‌ଙ୍କୁ କମେଣ୍ଟ୍‌ର ପ୍ରତିଶୋଧ – Kalinga News

[ad_1]

ଜଣେ ଅଟକ

ଭୁବନେଶ୍ବର: ‘ସେମାନେ ପୁରୀରେ ଆମ ଗାର୍ଲଫ୍ରେଣ୍ଡ୍‌ଙ୍କୁ କମେଣ୍ଟ କରିଥିଲେ। ଆମେ ପ୍ରତିଶୋଧ ନେବାକୁ ଭୁବନେଶ୍ବର ବରମୁଣ୍ଡାରେ ବୋମାମାଡ଼ କଲୁ। ହିସାବ ବରାବର।’ ଖଣ୍ଡଗିରି ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତ ଏଭଳି ବୟାନ ଦେଇଛି। ବରମୁଣ୍ଡାରେ ଏକ କାର୍‌କୁ ଗୋଡ଼ାଇ ଗୋଡ଼ାଇ ବୋମାମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଧରାପଡ଼ିଥିବା ଅଭିଯୁକ୍ତ ପୁଲିସକୁ ଖୋଲାଖୋଲି ଏହି ବୟାନ ଦେଇଥିବା ଜଣାପଡ଼ିଛି। ତଦନ୍ତ ଅଧା ଥିବାରୁ ଏବଂ ମୁଖ୍ୟ ଅଭିଯୁକ୍ତ ଧରାପଡ଼ି ନ ଥିବାରୁ ପୁଲିସ ଅଟକ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିନାହିଁ।

ଗତ କିଛି ଦିନ ପୂର୍ବେ ଏହି ଦୁଇ ଗୋଷ୍ଠୀ ପୁରୀ ଯାଇଥିଲେ। ବୋମାମାଡ଼ରୁ ବଞ୍ଚି ଯାଇଥିବା ରାଜେଶ ସାମନ୍ତସିଂହାରଙ୍କ ଗୋଷ୍ଠୀ ଓ ବୋମାମାଡ଼ କରିଥିବା ଗୋଷ୍ଠୀ ପୁରୀରେ ଭେଟ ହୋଇଥିଲେ। ଏତିକିବେଳେ ରାଜେଶଙ୍କ ଗୋଷ୍ଠୀ ପ୍ରତିପକ୍ଷକୁ କମେଣ୍ଟ କରିଥିଲେ। ପ୍ରତିପକ୍ଷ ବା ବୋମାମାଡ଼ର ମୁଖ୍ୟ ଅଭିଯୁକ୍ତର ଗାର୍ଲଫ୍ରେଣ୍ଡ୍‌ଙ୍କୁ ରାଜେଶ ଗୋଷ୍ଠୀ କମେଣ୍ଟ ମାରିଥିଲେ। ପୁରୀରେ ରାଜେଶଙ୍କ ଗୋଷ୍ଠୀକୁ ପ୍ରତିହତ କରି ନ ପାରି ବୋମାମାଡ଼ କରିଥିବା ଗୋଷ୍ଠୀ ଫେରିଆସିଥିଲେ। କିନ୍ତୁ ପୁରୀ ମାମଲାର ତୁରନ୍ତ ପ୍ରତିଶୋଧ ନେବାକୁ ସେମାନେ ଭୁବନେଶ୍ବରରେ ରାଜେଶଙ୍କ ଗୋଷ୍ଠୀକୁ ଖୋଜୁଥିଲେ। ଗତକାଲି ରାଜେଶ ତାଙ୍କ କାର୍‌ରେ ବରମୁଣ୍ଡା ଯାଉଥିବା ବେଳେ ଅପରପକ୍ଷର ଯୁବକମାନଙ୍କ ନଜର ପଡ଼ିଥିଲା। ସେମାନେ କାର୍‌କୁ ପିଛା କରିଥିଲେ। ଏହା ଜାଣିପାରି ରାଜେଶ କାର୍‌ର ବେଗ ବଢ଼ାଇ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଜନଗହଳିପୂର୍ଣ୍ଣ ରାସ୍ତାରେ ବେଗ ବଢ଼ାଇ ଯାଇପାରିନଥିଲେ। ପିଛା କରୁଥିବା ଦୁର୍ବୃତ୍ତମାନେ ତାଙ୍କ କାର୍‌ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ରାଜେଶ ଗୁରୁତର ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button