ବଡ଼ ବିପର୍ଯ୍ୟୟ: ନାଦାଲ ବିଦା, ମରେଙ୍କ ଫ୍ରେଞ୍ଚ୍ ଓପନ୍ କ୍ୟାରିୟର୍ ଶେଷ – Kalinga News

[ad_1]
ପ୍ରଥମ ରାଉଣ୍ଡରେ ହାରିଗଲେ ନଗଲ
ପ୍ୟାରିସ୍: ଫ୍ରେଞ୍ଚ୍ ଓପନ୍ ଆରମ୍ଭରୁ ମହାନ୍ ଖେଳାଳି ରାଫେଲ୍ ନାଦାଲ ବିଦାୟ ନେବା ସହ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ସୋମବାର ଏକ ପ୍ରଥମ ରାଉଣ୍ଡ୍ ମୁକାବିଲାରେ ୨୨ ଥର ଗ୍ରାଣ୍ଡ୍ ସ୍ଲାମ ବିଜେତା ନାଦାଲଙ୍କୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନ ଖେଳାଳି ଆଲେକଜାଣ୍ଡର୍ ଭେରଭ ୬-୩, ୭-୬ (୫), ୬-୩ରେ ପରାସ୍ତ କରିଛନ୍ତି। ଫଳରେ ନାଦାଲଙ୍କ ଫ୍ରେଞ୍ଚ୍ ଓପନ୍ କ୍ୟାରିୟର୍ ଏକପ୍ରକାର ଶେଷ ହୋଇଯାଇଛି। କ୍ଲେ କୋର୍ଟ ରାଜା ଭାବେ ପରିଚିତ ନାଦାଲ ୨୦୦୫ରୁ ୨୦୨୨ ମଧ୍ୟରେ ୧୪ ଥର ଫ୍ରେଞ୍ଚ୍ ଓପନ୍ ଜିତିଥିଲେ। ‘ମୁଁ ୧୦୦ ପ୍ରତିଶତ ନିଶ୍ଚିତ ନୁହେଁ ପୁଣି ଏହି ପ୍ରତିଯୋଗିତାକୁ ଫେରିବି, କିନ୍ତୁ ଏହାକୁ ଉପଭୋଗ କରିଛି’ ବୋଲି ଆସନ୍ତା ସପ୍ତାହରେ ୩୮ତମ ତମ ଜନ୍ମଦିନ ପାଳିବାକୁ ଯାଉଥିବା ନାଦାଲ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ୩ ଥର ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ବ୍ରିଟେନ୍ର ଆଣ୍ଡି ମରେଙ୍କ ଫ୍ରେଞ୍ଚ୍ ଓପନ୍ କ୍ୟାରିୟର ଶେଷ ହୋଇଛି। ଏହି କ୍ଲେ କୋର୍ଟ ଟେନିସ୍ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ୍ରେ ସ୍ବିଜରଲାଣ୍ଡର ଷ୍ଟାନ୍ ୱାରିଙ୍କା ସିଧାସଳଖ ୬-୪, ୬-୪, ୬-୨ ସେଟ୍ରେ ମରେଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ୩୭ ବର୍ଷୀୟ ମରେ ଏହି ପ୍ରତିଯୋଗିତା ପୂର୍ବରୁ କହିଥିଲେ ୱିମ୍ବଲଡନ୍ ଓ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅବସର ନେବେ। ତେଣୁ ଏହି ପରାଜୟରେ ତାଙ୍କର ଫ୍ରେଞ୍ଚ୍ ଓପନ୍ କ୍ୟାରିୟର୍ ଶେଷ ହୋଇଛି। ଅନ୍ୟପକ୍ଷରେ ୱାରିଙ୍କା ୩୯ ବର୍ଷ ବୟସରେ ଫ୍ରେଞ୍ଚ୍ ଓପନ୍ ମ୍ୟାଚ୍ ଜିତିବାରେ ୧୯୮୦ ପରେ ତୃତୀୟ ଖେଳାଳି ହେବାର ଗୌରବ ପାଇଛନ୍ତି। ଅନ୍ୟ ତାରକା ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ୟାନିକ ସିନ୍ନର ଓ ନବମ ମାନ୍ୟତାପ୍ରାପ୍ତ ଷ୍ଟିଫାନସ ସିସିପାସ୍ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଇଟାଲିର ସିନ୍ନର ୬-୩, ୬-୩, ୬-୪ ସେଟ୍ରେ ଆମେରିକାର ଖ୍ରୀଷ୍ଟୋଫର ୟୁବାଙ୍କ୍ସଙ୍କୁ ଏବଂ ଗ୍ରିକ୍ର ସିସିପାସ୍ ୭-୬, ୬-୪, ୬-୧ ସେଟ୍ରେ ହଙ୍ଗେରିର ମାର୍ଟନ ଫୁକ୍ସୋଭିକ୍ଙ୍କୁ ହରାଇଥିଲେ। ପୂର୍ବତନ ଏକ ନମ୍ବର ତଥା ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହି ସ୍ପେନ୍ ତାରକାଙ୍କୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନିର ଆଲେକ୍ଜାଣ୍ଡର ଭେରେଭ ୬-୩, ୭-୬, ୬-୩ ସେଟ୍ରେ ପରାସ୍ତ କରିଥିଲେ। ଏକମାତ୍ର ଭାରତୀୟ ଭାବେ ପୁରୁଷ ଏକକରେ ଖେଳୁଥିବା ସୁମିତ ନଗଲଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ସେ ୨-୬, ୦-୬, ୬-୭ ସେଟ୍ରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ରୁଷିଆର କାରେନ ଖାଚାନୋଭଙ୍କଠୁ ହାରି ଯାଇଥିଲେ।
ମହିଳା ଏକକରେ ୨୦୨୧ର ବିଜୟିନୀ ବାର୍ବୋରା କ୍ରେସିକୋଭାଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଏହି ଚେକ୍ଗଣରାଜ୍ୟ ମହିଳାଙ୍କୁ ୭-୬, ୬-୪ ସେଟ୍ରେ ସ୍ବିଜରଲାଣ୍ଡର ଭିକ୍ଟୋରିଜା ଗୋଲୁବିକ୍ ପରାସ୍ତ କରିଥିଲେ। ବିଶ୍ବର ଏକ ନମ୍ବର ଈଗା ସ୍ବିତେକ, ପାଞ୍ଚ ନମ୍ବର ମାର୍କେଟା ଭଣ୍ଡ୍ରଉସୋଭା, ଆଠ ନମ୍ବର ଓନ୍ସ ଜାବିଉର ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ୪ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ପୋଲାଣ୍ଡର ସ୍ବିତେକ ୬-୧, ୬-୨ ସେଟ୍ରେ ଫ୍ରାନ୍ସର ଲିଇଓଲିଆ ଜିନ୍ଜିନ୍ଙ୍କୁ, ୱିମ୍ବଲଡନ୍ ବିଜୟିନୀ ଚେକ୍ଗଣରାଜ୍ୟର ଭଣ୍ଡ୍ରଉସୋଭା ୬-୧, ୬-୩ ସେଟ୍ରେ ସ୍ପେନ୍ର ରେବେକା ମାସାରୋଭାଙ୍କୁ ଏବଂ ଟ୍ୟୁନିସିଆର ଜାବିଉର ୬-୩, ୬-୨ ସେଟ୍ରେ ଆମେରିକାର ସାଚିଆ ଭିକେରିଙ୍କୁ ହରାଇଥିଲେ।
[ad_2]