ଖେଳ ଖବର

କୁସ୍ତି ସଂଘ ବିରୋଧରେ ଅଭିଯୋଗ ଆଣିଲେ ଭିନେଶ: ‘ମୋତେ ଅଲିମ୍ପିକ୍ସକୁ ନପଠାଇବାର ଚକ୍ରାନ୍ତ ହେଉଛି’ – Kalinga News

[ad_1]

ନୂଆଦିଲ୍ଲୀ: ଉଦ୍ଦେଶ୍ୟମୂଳକ ଭାବେ ଖେଳ ସମ୍ବନ୍ଧୀୟ ସହାୟତା ଯୋଗାଇଦେବାରେ ଅସହଯୋଗ କରାଯାଉଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ବିରୋଧରେ ତାଙ୍କୁ ଅଲିମ୍ପିକ୍ସ ନପଠାଇବା ପାଇଁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁସ୍ତିବିତ୍‌ ଭିନେଶ ଫୋଗଟ। କିନ୍ତୁ ଡବ୍‌ଲ୍ୟୁଏଫ୍‌ଆଇ ଏହାକୁ ଖଣ୍ଡନ କରିବା ସହ ପ୍ରବେଶିକା ଦେବାର ଧାର୍ଯ୍ୟ ତାରିଖ ପରେ ସେ ଆବେଦନ କରିଥିବାରୁ ଏପରି ହେଉଥିବା କୁହାଯାଇଛି। ଖେଳାଳିମାନେ ସେମାନଙ୍କ ପ୍ରଶିକ୍ଷକ, ଫିଜିଓ, ମେଡିକାଲ୍‌ ସହାୟକଙ୍କ ପ୍ରବେଶିକାକୁ ବିଶ୍ବ କୁସ୍ତି ମହାସଂଘ (ୟୁଡବ୍‌ଲ୍ୟୁଡବ୍‌ଲ୍ୟୁ) କୁ ମାର୍ଚ୍ଚ ୧୧ ତାରିଖ ସୁଦ୍ଧା ପଠାଇବା ପାଇଁ କୁହାଯାଇଥିଲା। ତେବେ ବିଶ୍ବ ମହାସଂଘ ପକ୍ଷରୁ ୧୫ ତାରିଖ ପର୍ଯ୍ୟନ୍ତ ସମୟସୀମା ବଢାଯାଇଥିଲା। ହେଲେ ଭିନେଶ ମାର୍ଚ୍ଚ ୧୮ ତାରିଖରେ ‌ଇ-ମେଲ୍‌ ପଠାଇଥିଲେ ବୋଲି ଡବ୍‌ଲ୍ୟୁଏଫ୍‌ଆଇର ଜଣେ ଅଧିକାରୀ କହିଛନ୍ତି। ଫୋଗଟ ଅଲିମ୍ପିକ୍ସରେ ୫୦ କେଜି ବିଭାଗରେ ଲଢିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆସନ୍ତା ସପ୍ତାହରେ କିର୍ଗିଜସ୍ତାନର ବିସକେକ୍‌ଠାରେ ହେବାକୁ ଥିବା ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ସେ ଖେଳିବେ। ପଟିଆଲାରେ ହୋଇଥିବା ଚୟନ ପ୍ରକ୍ରିୟାରେ ସେ ୫୩ କେଜି ବିଭାଗରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ସେମିଫାଇନାଲ୍‌ରେ ପରାଜିତ ହୋଇଥିଲେ।

‌ଭିନେଶ କହିଛନ୍ତି, ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ଓ ତାଙ୍କ ଛାୟା ପ୍ରତିନିଧି ସଂଜୟ ସିଂହ ତାଙ୍କୁ ଅଲିମ୍ପିକ୍ସ ଦୌଡ଼ରୁ ହଟାଇବା ପାଇଁ ସବୁପ୍ରକାରର ଚେଷ୍ଟା କରୁଛନ୍ତି। ଦଳ ସହ ରହୁଥିବା ପ୍ରତ୍ୟେକ ‌ପ୍ରଶିକ୍ଷକ ବ୍ରିଜଭୂଷଣଙ୍କ ପସନ୍ଦର ବ୍ୟକ୍ତି। ତେଣୁ ମୋ ମ୍ୟାଚ୍‌ ସମୟରେ ମୋତେ କିଛି ଅପମିଶ୍ରିତ ପାନୀୟ ପିଆଇଦେ‌ବେନି ବୋଲି କହିହେବନି। ଏପରିକି ଡୋପିଂରେ ଫସାଇବା ପାଇଁ ସେମାନେ ଚକ୍ରାନ୍ତ କରିପାରନ୍ତି ବୋଲି ‌ଭିନେଶ କହିଛନ୍ତି। ଏଥିସହିତ ପ୍ରଶିକ୍ଷକ ଓ ଫିଜିଓଙ୍କୁ ସ୍ବୀକୃତି ପ୍ରଦାନ ପାଇଁ ଭାରତ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ମୁଁ କିଛି ସ୍ପଷ୍ଟ ଉତ୍ତର ପାଇପାରୁନି ବୋଲି ଭିନେଶ ଅଭିଯୋଗ କରିଛନ୍ତି। କିନ୍ତୁ ଡବ୍‌ଲ୍ୟୁଏଫ୍‌ଆଇର ଅଧିକାରୀଙ୍କ କହିବା କଥା, ଆମେ ୧୦ ଖେଳାଳିଙ୍କ ପିଛା ୩ ପ୍ରଶିକ୍ଷକଙ୍କୁ ଯିବା ପାଇଁ ଅନୁମତି ଦେଉଛି। ୩୦ କୁସ୍ତିବିତ୍‌ଙ୍କ ପାଇଁ ୯ ପ୍ରଶିକ୍ଷକ ଏବେ କିର୍ଗିଜସ୍ତାନରେ ଅଛନ୍ତି। ମହିଳାଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେଉଛି। ଯୋଗ୍ୟତା ପର୍ଯ୍ୟାୟରେ ୫ ମହିଳା ଖେଳାଳି ଖେଳିବେ। ସେମାନଙ୍କ ପାଇଁ କ’ଣ ୩ ଜଣ ପ୍ରଶିକ୍ଷକ ଯଥେଷ୍ଟ ନୁହଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଭିନେଶ ତାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କୁ କିର୍ଗିଜସ୍ତାନ ନେବାକୁ ଚାହୁଛନ୍ତି, ତାହେଲେ ତାଙ୍କୁ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁଠାରୁ ଅନୁମତି ଆଣିବାକୁ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନରେ ଅଭିଯୋଗକାରୀ ମୁଖ୍ୟ ତିନି କୁସ୍ତିବିତ୍‌ଙ୍କ ମଧ୍ୟରୁ ଭିନେଶ ଅନ୍ୟତମ ଥିଲେ। ମହିଳା ଖେଳାଳିଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। କିଛି ମାସଧରି ଆନ୍ଦୋଳନ ଚାଲିବା ପରେ ଡବ୍‌ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button