ଫ୍ରେଞ୍ଚ୍ ଓପନ୍ ଆରମ୍ଭ: ୩ ବର୍ଷ ପରେ ଦ୍ବିତୀୟ ରାଉଣ୍ଡରେ ଓସାକା – Kalinga News

[ad_1]
ପ୍ୟାରିସ୍, ୨୬/୫: ଚଳିତ ବର୍ଷର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ୍ ଓପନ୍ ରବିବାରଠୁ ଆରମ୍ଭ ହୋଇଛି। ଜାପାନର ତାରକା ମହିଳା ଖେଳାଳି ନାଓମି ଓସାକା ପ୍ରାୟ ୩ ବର୍ଷ ପରେ ଏହି କ୍ଲେ କୋର୍ଟ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏକକ ମୁକାବିଲାରେ ଏହି ୪ ଥର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ୬-୧, ୪-୬, ୭-୫ ସେଟ୍ରେ ଇଟାଲିର ଲୁସିଆ ବ୍ରୋଞ୍ଜେଟିଙ୍କୁ ପରାସ୍ତ କରିଥିଲେ। ୨୦୧୭ ବିଜୟିନୀ ଲାଟଭିଆର ଜେଲିନା ଓଷ୍ଟାପେଙ୍କୋ ସହଜରେ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ସେ ୬-୪, ୭-୫ ସେଟ୍ରେ ରୋମାନିଆର ଜାକ୍ଲିନ୍ କ୍ରିଷ୍ଟିଆନଙ୍କୁ ହରାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ପୁରୁଷ ଏକକରେ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲ୍କାରାଜ, ଷଷ୍ଠ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ଓ ଦଶମ ମାନ୍ୟତାପ୍ରାପ୍ତ ଗ୍ରିଗୋର ଦିମିତ୍ରୋଭ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଦୁଇ ଥରର ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ପେନ୍ର ଅଲ୍କାରାଜ ୬-୧, ୬-୨, ୬-୧ ସେଟ୍ରେ ଆମେରିକାର ଜେ.ଜେ. ଓଲ୍ଫଙ୍କୁ, ରୁଷିଆର ରୁବଲେଭ ୬-୨, ୬-୭, ୬-୩, ୭-୫ ସେଟ୍ରେ ଜାପାନର ତାରୋ ଡାନିଏଲ୍ଙ୍କୁ ଏବଂ ବୁଲଗେରିଆର ଦିମିତ୍ରୋଭ ୬-୪, ୬-୩, ୬-୪ ସେଟ୍ରେ ଆମେରିକା ଆଲେକ୍ସାଣ୍ଡର କୋଭାସେଭିକ୍ଙ୍କୁ ପରାସ୍ତ କରିଛନ୍ତି।
[ad_2]