ଖେଳ ଖବର

କୋହଲି ଏକାକୀ ଦଳକୁ ଜିତାଇ ପାରିବେ ନାହିଁ, ଦଳର ସମର୍ଥନ ଦରକାର: ସୁନୀଲ ଗାଭାସ୍କର – Kalinga News

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲର ୧୦ମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା କୋଲକାତା ନାଇଟ ରାଇଡର୍ସ । ବେଙ୍ଗାଲୁରୁ ଦ୍ବାରା ରଖାଯାଇଥିବା ୧୮୩ ରନର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ ୧୬.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଆରସିବି ପକ୍ଷରୁ ବିରାଟ ୫୯ଟି ବଲରେ ୮୩ ରନ କରିଥିଲେ । ସେହିପରି କ୍ୟାମେରନ ଗ୍ରୀନ ୩୩ ରନ ଓ ଗ୍ଲେନ ମାକ୍ସଓ୍ବେଲ ୨୮ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ, ଯାହା ପାଇଁ ଦଳକୁ ହାରିବାକୁ ପଡ଼ିଥିଲା।

ଦଳର ଏଭଳି ପ୍ରଦର୍ଶନ ଦେଖି ଏବେ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ନିଜର ପ୍ରତିକ୍ରିୟା ରଖିଛନ୍ତି। ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ବରିଷ୍ଠ କ୍ରିକେଟର ଗାଭାସ୍କର କହିଛନ୍ତି, “ଆପଣ ମୋତେ କୁହନ୍ତୁ କୋହଲି ଏକୁଟିଆ କେତେ କରିବେ? ମ୍ୟାଚ୍ ସମୟରେ କେହି ତାଙ୍କୁ ସମର୍ଥନ କରିନଥିଲେ। ଯଦି ଆଜି ତାଙ୍କୁ କେହି ସମର୍ଥନ କରିଥାନ୍ତେ, ସେ ନିଶ୍ଚିତ ଭାବରେ ୮୩ରନ୍ ବଦଳରେ ୧୨୦ରନ୍ ସ୍କୋର କରିଥାନ୍ତେ। ଏହି ଖେଳ ଦଳ ମଧ୍ୟରେ ହେଉଛି। ଜଣେ କେବେ ବି ଏହି ଖେଳ ଖେଳିପାରିବେ ନ‌ାହିଁ। କୋହଲିଙ୍କୁ ତାଙ୍କ ଟିମର ସମର୍ଥନ ମିଳିଥିଲେ ସେ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button