ଖେଳ ଖବର

ନୂଆ ଟ୍ବେଣ୍ଟି-୨୦ କୀର୍ତ୍ତିମାନ: ସର୍ବୋଚ୍ଚ ପଶ୍ଚାତ୍‌ଧାବନ ବିଜୟ – Kalinga News

[ad_1]

କୋଲ୍‌କାତା: କେବଳ ଆଇପିଏଲ୍‌ ନୁହେଁ ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସରେ ଶୁକ୍ରବାର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। କୋଲ‌୍‌କାତାର ଇଡେନ୍ ଗା‌ର୍ଡେନ୍ସରେ ଅନୁଷ୍ଠିତ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଆଇପିଏଲ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୨୬୨ ରନ୍ ବିଜୟ ଲକ୍ଷ୍ୟକୁ ପଶ୍ଚାତ୍‌ଧାବନ କରି ଜିତି ନୂଆ କୀର୍ତ୍ତିମାନ କରିଛି। ଏହି ଛୋଟ ଫର୍ମାଟରେ ପୂର୍ବରୁ କେବେ ଏତେ ସ୍କୋର୍‌ ପଶ୍ଚାତ୍‌ଧାବନରେ ସଂଗ୍ରହ ହୋଇ ନଥିଲା। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୫୯ ରନ୍ କରି ଦକ୍ଷିଣ ଆଫ୍ରିକା ଏବଂ ସରେ ବିପକ୍ଷରେ ମିଡ୍‌ଲସେକ୍ସ ୨୫୩ ରନ୍ ପଶ୍ଚାତ୍‌ଧାବନ କରି ବିଜୟୀ ହୋଇଥିଲେ। ଏହି ମ୍ୟାଚ୍‌ରେ ମୋଟ ୪୨ ଛକା ମଧ୍ୟ ଆଇପିଏଲ୍‌ ଇତିହାସରେ ଆଉ ଏକ ନୂଆ କୀର୍ତ୍ତିମାନ କରିଛି। ଧୂଆଁଧାର ବ୍ୟାଟିଂ କରି କେକେଆର୍‌ ୨୬୨ ରନ୍ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ୮ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ମ୍ୟାଚ୍ ଜିତିଯାଇଥିଲା। ଫର୍ମକୁ ନେଇ ସଂଘର୍ଷ କରୁଥିବା ଜନି ବେୟାରଷ୍ଟୋ ୪୮ ବଲ୍‌ରୁ ୧୦୮* ରନ୍ (୮ ଚୌକା, ୯ ଛକା) ଏବଂ ଶଶାଙ୍କ ସିଂହ ୨୮ ବଲ୍‌ରୁ ୬୮* ରନ୍ (୨ ଚୌକା, ୮ ଛକା) ସଂଗ୍ରହ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଉଭୟ ଅତୁଟ ତୃତୀୟ ୱିକେଟ୍ ପାଇଁ ୩୭ ବଲ୍‌ରୁ ୮୪ * ରନ୍ ଭାଗୀଦାରି କରିଥିଲେ। ଏହି ନିର୍ଣ୍ଣାୟକ ଭାଗୀଦାରିରେ ବେୟାରଷ୍ଟୋ ମାତ୍ର ୧୬ ରନ୍‌ର ଯୋଗଦାନ ରଖିଥିଲେ। ରନ୍‌ ପିଛା ଆରମ୍ଭ କରିବା ବେ‌ଳେ ପ୍ରଭସିମ୍ରନ ସିଂହ ୨୦ ବଲ୍‌ରୁ ୫୪ ରନ୍ (୪ ଚୌକା, ୫ ଛକା) ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଭସିମ୍ରନ ଓ ବେୟାରଷ୍ଟୋ ପାୱାର ପ୍ଲେ ୬ ଓଭରରେ ୯୩ ରନ୍ ଉଠାଇବା ପରେ ଦଳ ଆଉ ପଛକୁ ଫେରି ଦେଖିନଥିଲା। ଏଥି ସହିତ ପଞ୍ଜାବ ନବମ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ଆଶା କାଏମ ରଖିଛି। କେକେଆର୍‌ ଅଷ୍ଟମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିବାରୁ ବିଶେଷ ଚାପରେ ପଡ଼ିନାହିଁ।

ସର୍ବୋଚ୍ଚ ପଶ୍ଚାତ୍‌ଧାବନ ବିଜୟ
କେ‌େକଆର୍‌ ୨୬୧/୬, ପଞ୍ଜାବ କିଙ୍ଗ୍ସ ୨୬୨/୨
ବେୟାରଷ୍ଟୋଙ୍କ ୪୫ ବଲ୍‌ରୁ ଶତକ
ଶଶାଙ୍କ ସିଂହଙ୍କ ବି‌ସ୍ଫୋରଣ ନିର୍ଣ୍ଣାୟକ

ସୁନୀଲ ନାରାୟଣ ଓ ଫିଲ୍‌ ସଲ୍‌ଟଙ୍କ ଆତସବାଜୀ ପରେ ଅନ୍ୟ ବ୍ୟାଟର୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସହାୟତାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଇପିଏଲ୍‌ରେ ନିଜର ଦ୍ବିତୀୟ ସର୍ବୋଚ୍ଚ ସ୍କୋର କରିପାରିଥିଲା। ନିଜ ଆଇପିଏଲ୍‌ ଇତିହାସରେ ଦ୍ବିତୀୟ ଥର ପାଇଁ ଏହି ଦଳ ୨୫୦+ ସ୍କୋର କରିଥିଲା। ପୂର୍ବରୁ ଚଳିତ ଋତୁରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କେକେଆର୍‌ ୨୭୨/୭ ସ୍କୋର୍ କରିଥିଲା। ଶୁକ୍ରବାର ପଞ୍ଜାବ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିବାବେଳେ ଆରମ୍ଭରୁ ସୁନୀଲ ଓ ସଲ୍‌ଟ ଫୁର୍‌ସତ୍‌ ଦେଇ ନଥିଲେ। ପାୱାର ପ୍ଲେ’ରୁ ଏହି ଯୋଡ଼ି ୭୬ ରନ୍‌ ସଂଗ୍ରହ କରିବା ପରେ ନାରାୟଣ ୨୩ ବଲ୍‌ରୁ ଓ ସଲ୍‌ଟ ୨୫ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରି ବୋଲରଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇଯାଇଥିଲେ।‌ ଏକାଦଶ ଓଭରର ଦ୍ବିତୀୟ ବଲ୍‌ରେ ନାରାୟଣ (୭୧ ରନ୍‌, ୩୨ ବଲ୍‌, ୯ ଚୌକା, ୪ ଛକା) ଙ୍କୁ ରାହୁଲ ଚହର ଆଉଟ୍‌ କରି ଯୋଡ଼ି ଭାଙ୍ଗିବା ପରେ ଦୁଇ ଓଭର ପରେ ସଲ୍‌ଟ (୭୫ରନ୍‌, ୩୭ ବଲ୍‌, ୬ ଚୌକା, ୬ ଛକା)ଙ୍କୁ ସାମ୍‌ କରନ୍‌ ବୋଲ୍ଡ କରିଦେଇଥିଲେ। ଉଭୟଙ୍କ ୱିକେଟ୍‌ ଯିବା ପରେ ରନ୍‌ଗତିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲେ ମଧ୍ୟ ଭେଙ୍କଟେଶ ଆୟର (୩୯ ରନ୍‌, ୨୩ ବଲ୍‌, ୩ ଚୌକା, ୨ ଛକା), ଆନ୍ଦ୍ରେ ରସେଲ୍‌ (୨୪ ରନ୍‌, ୧୨ ବଲ୍‌, ୨ ଚୌକା, ୨ ଛକା) ଓ ଶ୍ରେୟସ ଆୟର (୨୮ ରନ୍‌, ୧୦ ବଲ୍‌, ୧ ଚୌକା, ୩ ଛକା)‌ ବୋଲର୍‌ଙ୍କୁ ପ୍ରହାର ଜାରି ରଖିଥିଲେ।
ସଂକ୍ଷିପ୍ତ ସ୍କୋର: କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୬୧/୬ (ଫିଲ୍‌ ସଲ୍ଟ-୭୫, ସୁନୀଲ ନାରାୟଣ-୭୧, ଭେ‌ଙ୍କଟେଶ ଆୟର-୩୯, ଶ୍ରେୟସ ଆୟର-୨୮, ଅର୍ଶଦୀପ ସିଂହ-୨/୪୫, ରାହୁଲ ଚହଲ-୧/୩୩)। ପଞ୍ଜାବ କିଙ୍ଗ୍ସ ୧୮.୪ ଓଭରରେ ୨୬୨/୨ (ଜନି ବେୟାରଷ୍ଟୋ-୧୦୮*, ଶଶାଙ୍କ ସିଂହ-୬୮*, ପ୍ରଭସିମ୍ରନ ସିଂହ-୫୪, ରିଲି ରସୋ-୨୬, ସୁନୀଲ ନାରାୟଣ-୧/୨୪)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button