ଅପରାଧ

ବିଜେଡି ଗାଡ଼ିରେ ୮୪କେଜି ଗଞ୍ଜେଇ କୁଆଡ଼ୁ ଆସିଲା?: ବିଜେପି – Kalinga News

[ad_1]

‘ଘରେ ଘରେ ଶଙ୍ଖ’ର ଅର୍ଥ ହେଉଛି ‘ଘରେ ଘରେ ମଦ, ଗଞ୍ଜେଇ’

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେଡିର ଦଳୀୟ ଗାଡ଼ିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି। ସେହି ଗାଡ଼ିର ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି। ଏହା ପ୍ରମାଣିତ କରୁଛି ଯେ ନିର୍ବାଚନ ସମୟରେ ବ୍ୟାପକ ପରିମାଣର ଗଞ୍ଜେଇ ବାଣ୍ଟିବାକୁ ବିଜେଡି ଷଡ଼ଯନ୍ତ୍ର କରିଛି। ବିଜେଡିର ଚିହ୍ନ ଥିବା ଗାଡ଼ିରୁ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ବି ବିଜେଡିର କୌଣସି ନେତା ମୁହଁ ନଖୋଲିବା ପ୍ରମାଣିତ କରୁଛି ଯେ, ନିଶ୍ଚିତଭାବେ ଏହି ଗଞ୍ଜେଇ ଚୋରା ଚାଲଣରେ ବିଜେଡିର ସଂପୃକ୍ତି ରହିଛି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜର ଇସ୍ତଫା ପତ୍ରରେ ବିଜେଡି ଖଣ୍ଡପଡ଼ାରୁ ଜଣେ ଗଞ୍ଜେଇ ମାଫିଆଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି ବୋଲି ଅଭିଯୋଗ କରିଥିଲେ। ବିଧାନସଭାରେ ନବୀନ ବାବୁ ଦିନେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ସେ ବିଜେଡି ଟିକେଟ୍ ଦେଇଛନ୍ତି। ଯାହା ପ୍ରମାଣିତ କରୁଛି ଯେ, ବିଜେଡି ଓ ଗଞ୍ଜେଇ ମାଫିଆଙ୍କ ସମ୍ପର୍କ ବେଶ୍ ଘନିଷ୍ଠ। ଆଗରୁ ବିଜେଡି ନିର୍ବାଚନ ଜିତିବା ପାଇଁ ହିଂସା ଓ ବ୍ୟାପକ କଳା ଟଙ୍କା ସହ ମଦର ସାହାରା ନେଉଥିଲା। ଏବେ ବିଜେଡି ପାଇଁ ନୂଆ ସାହାରା ଗଞ୍ଜେଇ ପାଲଟିଛି।

‘ଘରେ ଘରେ ଶଙ୍ଖ’ର ଅର୍ଥ ହେଉଛି ‘ଘରେ ଘରେ ମଦ, ଗଞ୍ଜେଇ’
ନବୀନ ବାବୁ ଯାହାକୁ ଗଞ୍ଜେଇ ମାଫିଆ କହିଥିଲେ ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଲେ

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଯାଜପୁର ଜିଲ୍ଲାରେ ଝୁମୁରୀ ପାତ୍ର ନାମକ ଜଣେ ମହିଳାଙ୍କୁ ବ୍ରାଉନ ସୁଗାର କାରବାରରେ ଗିରଫ କରାଯାଇଥିଲା। ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଘନିଷ୍ଠ ସହଯୋଗୀ ଝୁମୁରୀଙ୍କ ଉପରେ ବିଜେଡିର ସୁରକ୍ଷା କବଚ ଥିଲା। ସେହିଭଳି ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗାର ବ୍ୟବସାୟରେ ୫ଜଣ ଗିରଫ ହୋଇଥିଲେ। ସମସ୍ତେ ବିଜୁ ଛାତ୍ର ଜନତା ଦଳର ନେତା ଥିଲେ। ଜଳେଶ୍ୱର ଥାନାର ତତ୍କାଳୀନ ଆଇଆଇସି ମଧ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସୁରକ୍ଷା ଦେଉଥିବାର ଏକ ଫୋନ ରେକର୍ଡିଂ ଗଣମାଧ୍ୟମେ ପ୍ରସାରିତ ହୋଇଥିଲା। ଏଥିରେ ବିଜେଡିର କିଛି ନେତାଙ୍କ ବିଷୟରେ ଉଲ୍ଲେଖ ଥିଲା। ଓଡ଼ିଶାକୁ ଗଞ୍ଜେଇ, ବ୍ରାଉନସୁଗାରର ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି? ମେ’୧ରୁ ୨୩ଦିନ ମଧ୍ୟରେ ଓଡ଼ିଶାରୁ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଚୋରା ବିଷାକ୍ତ ମଦ ଧରାପଡ଼ିଥିବାବେଳେ ୪୧୦ କେଜି ଭାଙ୍ଗ, ୨୯୫୧ କେଜି ଗଞ୍ଜେଇ, ୨୫୫୮ ଗ୍ରାମର ହେରୋଇନ୍ ଜବତ ହୋଇଛି। ମାତ୍ର ୨୩ ଦିନ ଭିତରେ ଏତେ ବିପୁଳ ପରିମାଣର ନିଶା ଜବତ ହେବା ଘଟଣାରୁ ଅନୁମାନ କରାଯାଇ ପାରେ ଯେ, ଓଡ଼ିଶାର ସ୍ଥିତି କେତେ ସଙ୍ଗୀନ!



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button