ଅପରାଧ

ବାପା ବିରୋଧରେ ପୁଅର ଏତଲା, ଜେଲ୍ ଗଲା ପତ୍ନୀ ନିର୍ଯାତନାକାରୀ ସ୍ବାମୀ – Kalinga News

[ad_1]

ରାଉରକେଲା: ବିନା କାରଣରେ ପତ୍ନୀଙ୍କୁ ମାଡ଼ ମାରୁଥିଲା। ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନିତିଦିନିଆ ହୋଇଯାଇଥିଲା। ତେବେ ଯେତେବେଳେ ନିର୍ଧୁମ ମାଡ଼ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା, ସେତେବେଳେ ସହିବାର ସବୁ ସୀମା ଟପିଥିଲା। ନିର୍ଯାତନା ଅସହ୍ୟହେବାରୁ ଅଭିଯୁକ୍ତ ବାପାଙ୍କ ନାଁରେ ନାବାଳକ ପୁଅ ଉଦିତନଗର ପୁଲିସ ଥାନାରେ ଏତଲା ଦେଇଥିଲେ। ପୁଲିସ ଆଜି ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ, ମାଲଗୋଦାମରେ ଅଭିଯୁକ୍ତ ଶ୍ରୀକାନ୍ତ ପଣ୍ଡିତ(୩୯), ପତ୍ନୀ ଅଞ୍ଜୁ କୁମାରୀ ପଣ୍ଡିତ ଓ ନାବାଳକ ପୁଅ(୧୫) ରୁହନ୍ତି। ଅଭିଯୁକ୍ତ ପ୍ରତିଦିନ ପତ୍ନୀଙ୍କୁ ମାଡ଼ ମାରୁଥିଲା। ଗତ ୧୦ ତାରିଖ ରାତି ପ୍ରାୟ ୧୦.୪୦। ଅଭିଯୁକ୍ତ ଶ୍ରୀକାନ୍ତ ବିନା କାରଣରେ ପତ୍ନୀ ଅଞ୍ଜୁକୁମାରୀଙ୍କୁ ମାଡ଼ ମାରିଥିଲା। ଏମିତିକି ତଣ୍ଟି ଚିପି କୁଆଡ଼େ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଫଳରେ ପୀଡ଼ିତାଙ୍କ ମୁହଁ, ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଶେଷରେ ଅଞ୍ଜୁ କୁମାରୀ ମୁକୁଳି ଦୌଡ଼ିପଳେଇଥିଲେ। ତା’ ପରଦିନ ଏନେଇ ନାବାଳକ ପୁଅ ଉଦତିନଗର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଜାରି ରଖି ଆଜି ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି। ପୀଡ଼ିତା ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button