ଅପରାଧ

୨୦୨୪ ପୂର୍ବରୁ କର୍ଣ୍ଣାଟକ ପୁଲିସର ବଡ଼ ଧରଣର ଚଢ଼ାଉ; ୫.୬୦ କୋଟି ଟଙ୍କା, ୧୦୬ କିଲୋଗ୍ରାମ ଅଳଙ୍କାର ଜବତ – Kalinga News

[ad_1]

ନୂଆଦିଲ୍ଳୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏକ ବଡ଼ ଧରଣର ଚଢ଼ାଉ କରିଛି କର୍ଣ୍ଣାଟକ ପୁଲିସ। ଚଢ଼ାଉ କରି ପୁଲିସ୍‌ ପ୍ରାୟ ୫.୬୦ କୋଟି ଟଙ୍କା, ୩ କିଲୋଗ୍ରାମ ସୁନା, ୧୦୩ କିଲୋଗ୍ରାମ ରୂପା ଅଳଙ୍କାର ଜବତ କରିଛି। ଏହି ଚଢ଼ାଉ କର୍ଣ୍ଣାଟକର ବେଲାରି ସହରରେ ହୋଇଥିବା ସୂଚନା ରହିଛି।
ପୁଲିସ ୫.୬ କୋଟି ଟଙ୍କା ପରିମାଣର ନଗଦ ଟଙ୍କା ଜବତ କରିଥିବା ବେଳେ ଚଢ଼ାଉରେ ପ୍ରାପ୍ତ ହୋଇଥିବା ଟଙ୍କା, ଅଳଙ୍କାରର ସମୁଦାୟ ପରିମାଣ ପ୍ରାୟ  ୭.୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପୁଲିସ ପ୍ରଦାନ କରିଥିବା ସୂଚନାନୁସାରେ, ଅଳଙ୍କାର ଦୋକାନ ମାଲିକ ନରେଶଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ଅଳଙ୍କାର ଉଦ୍ଧାର କରାଯାଇଛି। ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।
ପୁଲିସ  କର୍ଣ୍ଣାଟକ ପୁଲିସର ଧାରା ୯୮ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ଆୟକର ବିଭାଗକୁ ପଠାଯିବ ବୋଲି ସୂଚନା ପ୍ରଦାନ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button