ପତ୍ନୀଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ – Kalinga News

[ad_1]
କୁଆରମୁଣ୍ଡା/ବୀରମିତ୍ରପୁର: ପତ୍ନୀଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ବିଧବାଙ୍କୁ ଗତ ୧ ବର୍ଷ ହେଲା ନିଜଘରେ ପତ୍ନୀ ଭାବେ ରଖି ଆସୁଥିବା ଜଣେ ବ୍ୟକ୍ତି ଉକ୍ତ ବିଧବାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଳଙ୍ଗବିରା ଗ୍ରାମର ଗନ୍ଦୁରାଟୋଲିରେ ଘଟିଛି। ମୃତ ମହିଳା ହେଉଛନ୍ତି ଫୁଲମଣି ସଏ(୫୫)। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବାବେଳେ ଶନିବାର ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ସ୍ବାମୀ ସାମୁଏଲ ସଏ(୬୦) ପଳାଇ ଯାଉଥିବାବେଳେ କରଡେଗାରୁ ପୁଲିସ ଗିରଫ କରିବା ସହ ପଚରାଉଚରା ଚଳାଇଛି। ଏ ନେଇ ବୀରମିତ୍ରପୁର ଥାନାରେ ଦଫା ୩୦୨ ଆଇପିସିରେ ଏକ ମାମଲା(୯୮/୨୪) ରୁଜୁ କରାଯାଇଛି ବୋଲି ବୀରମିତ୍ରପୁର ଆଇଆଇସି ବନ୍ଦନା ପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତ ସାମୁଏଲଙ୍କୁ ଶନିବାର କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀମତୀ ପାତ୍ର ସୂଚନା ଦେଇଛନ୍ତି। ଅନୁରୂପଭାବେ ରାଉରକେଲାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତକରି ଘଟଣାର ଯାଞ୍ଚ ଚଳାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆଇଆଇସି ଶ୍ରୀମତୀ ପାତ୍ରଙ୍କ ସୂଚନା ଅନୁଯାୟୀ, ମୃତ ଫୁଲମଣିଙ୍କ ଘର ବିଶ୍ରା ଥାନା ଅଞ୍ଚଳରେ। ସେ ପୂର୍ବରୁ କୁମଝରିଆ ପଞ୍ଚାୟତର ଲାସେରେ ବିବାହ କରିଥିଲେ। ପ୍ରଥମସ୍ବାମୀଙ୍କ ମୃତ୍ୟୁ ଓ କୌଣସି ସନ୍ତାନ ନ ଥିବା ଜାଣି ସାମୁଏଲ ତାଙ୍କୁ ଆଣି ଗତ ୧ ବର୍ଷ ହେଲା ନିଜଘରେ ପତ୍ନୀ ଭାବେ ରଖିଥିଲେ। ସାମୁଏଲଙ୍କର ଜଣେ ବିବାହିତ ଝିଅ ଥିବାବେଳେ ତାଙ୍କ ପତ୍ନୀଙ୍କର କିଛିବର୍ଷ ତଳେ ମୃତ୍ୟୁ ହୋଇଯାଇଥିଲା। ତେବେ କିଛିଦିନ ହେଲା ଉଭୟଙ୍କ ମଧ୍ୟରେ ବାରମ୍ବାର କଳହ ହେଉଥିଲା। ତିନିଦିନ ତଳେ ମୃତ ଫୁଲମଣି ଲାସେସ୍ଥ ନିଜ ମୃତ ପୂର୍ବସ୍ବାମୀଙ୍କ ଘରକୁ ପଳାଇ ଯାଇଥିଲେ। ଏହା ଜାଣି ସାମୁଏଲ ତାଙ୍କୁ ସେଠାରୁ ପୁଣି ବୁଝାଇ ନିଜ ଘରକୁ ନେଇଥିଲେ। ହେଲେ ଶୁକ୍ରବାର ରାତିରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଫୁଲମଣିଙ୍କୁ ପିଟିମାରିବା ପଛର କାରଣ ଜଣାପଡ଼ିନଥିବାବେଳେ ତଦନ୍ତ ପରେ ସ୍ପଷ୍ଟହେବ ବୋଲି ପୁଲିସ କହିଛି।
[ad_2]