ଅପରାଧ

ପୁଣି ଡରାଇବ କି କୋଭିଡ୍‌: ଓଡ଼ିଶାରେ କେପି.୨ର ୧୭ ମାମଲା – Kalinga News

[ad_1]

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ର କେପି. ୨ ପ୍ରଜାତିର ୧୭ ମାମଲା ନଜରକୁ ଆସିଛି। ‌ଦୁଇବର୍ଷ ତଳେ ଚିହ୍ନଟ ହୋଇଥିବା ଓମିକ୍ରନ୍ ପ୍ରଜାତିର ଜେଏନ୍‌.୧ ଉପ-ପ୍ରଜାତି ଅଧୀନରେ ଆସୁଛି କେପି.୨। ଯାହାକି ଏବେ ସିଙ୍ଗାପୁରେ କରୋନା ସଂକ୍ରମଣ ବ୍ୟାପିବା ପଛର ପ୍ରମୁଖ କାରଣ ପାଲଟିଛି। ଦେଶର ୭ଟି ରାଜ୍ୟରୁ ୩୪ଟି କେପି.୧ ମାମଲା ଚିହ୍ନଟ ହୋଇଛି। ମାତ୍ର ଓଡ଼ିଶାରେ ଏହା ମିଳିନାହିଁ। ପଶ୍ଚିମବଙ୍ଗରେ କେପି.୧ର ୨୩ ଓ କେପି.୨ର ୩୬ଟି କୋଭିଡ୍‌ ମାମଲା ନଜରକୁ ଆସିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) କେପି.୨ ପ୍ରଜାତି ଉପରେ ତୀକ୍ଷ୍‌ଣ ନଜର ରଖିଛି। ବିଶ୍ବରେ ଏବେ ଯେଉଁ କୋଭିଡ୍‌ ମାମଲା ନଜରକୁ ଆସୁଛି ଏଥିରେ ଜେଏନ୍‌.୧ର ସବ୍ ଲିନିଏଜ୍‌ କେପି.୧ ଓ କେପି.୨ ପ୍ରମୁଖତାରେ ରହିଛି। ତେବେ ଓଡ଼ିଶାରେ କେପି.୨ ମାମଲାକୁ ନେଇ ରୋଗୀଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ଦେଖିବାକୁ ମିଳିନାହିଁ।

ଆରଏମ୍‌ଆର୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚରେ ଭାରତୀୟ ବାୟୋଲୋଜିକାଲ ଡାଟା ସେଣ୍ଟର(ଆଇବିଡିସି)କୁ ଜିନ୍ ଅନୁଶୀଳନ ତଥ୍ୟ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ନମୁନାର ଜିନ୍ ଅନୁଶୀଳନ କରାଯାଇଥିଲା। ସେତେବେଳେ ତାହା ଜେଏନ୍‌.୧ ଭାବେ ବିବେଚିତ ହେଉଥିଲା। ମାତ୍ର ଏବେ ତାହାକୁ କେପି.୨ ଭାବେ ଗ୍ରହଣ କରାଯାଉଛି। ଏବେ କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ। କୌଣସି ଭୂତାଣରେ ନିୟମିତ ଭାବେ ମ୍ୟୁଟେସନ୍ ଜାରି ରହିଥାଏ। ତେଣୁ ସାର୍ସ-କୋଭ-୨ରେ ମଧ୍ୟ ଏଭଳି ମ୍ୟୁଟେସନ୍ ଜାରି ରହିବ ବୋଲି କୁହାଯାଇଛି। ଅପରପକ୍ଷରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ଏହା କୌଣସି ନୂଆ ପ୍ରଜାତି ନୁହେଁ। ପୂର୍ବରୁ ରହିଥିବା ଜେଏନ୍‌.୧ର ଏବେ ନାମକରଣ କରାଯାଇଛି। ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡା.ମିଶ୍ର କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button