ରାଜନୀତି
ବିଜେଡି ପରାଜୟର ୩ କାରଣ କହିଲେ ଢେ଼ାଲକିଆ
ଭୁବନେଶ୍ୱର:ସାଧାରଣ ନିର୍ବାଚନକୁ ୪ ମାସ ବିତିଛି । ଶାସନ କ୍ଷମତାରୁ ନବୀନ ସରକାର ଅପସରିଥିବାବେଳେ ଦାୟିତ୍ବ ନେଇଛି ମୋହନ ମାଝୀ ସରକାର । ୨୪ ବର୍ଷର ବିଜେଡି ସରକାର ପରାଜୟର ବିଭିନ୍ନ କାରଣ ସାମ୍ନାକୁ ଆସୁଛି । ଦଳୀୟ ନେତା ଓ ଦଳ ଛାଡୁଥିବା ନେତା ପରାଜୟ ନେଇ ବିଭିନ୍ନ କାରଣ କହୁଛନ୍ତି । ଏବେ ଆଉ ଜଣେ ବିଜେଡି ନେତା ଦଳର ପରାଜୟର କାରଣ କହିଛନ୍ତି ।
ବିଜେଡି ପରାଜୟର ୩ କାରଣ କହିଲେ ରାଜେନ୍ଦ୍ର ଢେ଼ାଲକିଆ । ସେ କହିଛନ୍ତି ଯେ ପ୍ରଚାରରେ ସମନ୍ୱୟ ନରହିବା ବିଜେଡି ପରାଜୟର ପ୍ରଥମ କାରଣ । ଦ୍ୱିତୀୟ କାରଣ-ପ୍ରାର୍ଥୀ ଚୟନ ଠିକ ହେଲା ଯାହା ଜଣାପଡ଼ୁଛି । ଫିଲ୍ଡସ୍ତରରେ ସମନ୍ୱୟ ନରହିବା ବିଜେଡି ପରାଜୟର ତୃତୀୟ କାରଣ ବୋଲି ରାଜେନ୍ଦ୍ର ଢେ଼ାଲକିଆ କହିଛନ୍ତି ।