ଅପରାଧ

କନଷ୍ଟେବଳ ବାପାଙ୍କ ସହ ଛିଡ଼ା ହୋଇଥିବା ବେଳେ ଟାଣିନେଲା ଯମ – Kalinga News

[ad_1]

ନୂଆଦିଲ୍ଲୀ: ବାରାଣାସୀରେ ଏକ ଲୋକଟାଙ୍କୁରା ସଡ଼କ ଦୁର୍ଘଟଣା ଜଣେ ନୀରିହ ଶିଶୁର ଜୀବନ ନେଇଯାଇଛି। ମୃତ ଶିଶୁ ଜଣକ କନଷ୍ଟେବଳଙ୍କ ଝିଅ କାବ୍ୟା ବୟସ ୪ବର୍ଷ  ଥିବା ଜଣାପଡ଼ିଛି।

ଚୌବେପୁର ପୁଲିସ ଷ୍ଟେସନର ଏସଏଚଓ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପୁଲିସ ଷ୍ଟେସନର କନଷ୍ଟେବଳ କରଣ ଗୁପ୍ତା ତାଙ୍କ ଝିଅ କାବ୍ୟାଙ୍କ ସହ ପାଣ୍ଡେପୁର ଯିବା ପାଇଁ ରାସ୍ତାପାର୍ଶ୍ବ‌ରେ ଏକ ବସକୁ ଅପେକ୍ଷା କରିଥିଲେ।

ଏହି ସମୟରେ କାବ୍ୟା ବାପାଙ୍କ ହାତ ଛାଡ଼ି ସାମାନ୍ୟ ଆଗକୁ ବଢ଼ିଥିବା ବେ‌ଳେ ଦ୍ରୁତ ଗତିରେ ଆସୁଥିବା ଜଣେ ବାଇକ୍ ଆରୋହୀ ଝିଅକୁ ଧକ୍କା ଦେଇ ଟାଣି ନେଇଥିଲେ । କିଛିବାଟ ଗଲାପରେ ଝିଅ ରାସ୍ତାରେ ଝିଟିକି ପଡ଼ିଥିବା ବ‌େଳେ ବାଇକ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

 

କନ‌ଷ୍ଟେବଳ ବାପା ସ୍ଥାନୀୟଲୋକଙ୍କ ସାହାଯ୍ୟରେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରୁ ଝିଅକୁ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ କି ଡାକ୍ତରମାନେ କାବ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କାବ୍ୟାଙ୍କ ପରିବାର ଲୋକ ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଦୁର୍ଘଟଣା ଘଟଣାଇଥିବା ଡ୍ରାଇଭରଙ୍କୁ ଖୋଜିବା ଆରମ୍ଭ କରିଛି। ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ପଏଣ୍ଟ ଆଧାରରେ ବାଇକ ଚାଳକଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button