ଅପରାଧ

ରାସ୍ତା ଉପରେ ପଡିଛି ତିନି ତିନୋଟି ମରଶରୀର, ଅକାଳରେ ଚାଲିଗଲା ଅମୂଲ୍ୟ ଜୀବନ

ରାସ୍ତା ଉପରେ ପଡିଛି ତିନି ତିନୋଟି ମରଶରୀର । ଜମିଛି ଲୋକଙ୍କ ଗହଳି । ଏ ଦୃଶ୍ୟ ଦେଖିଲେ ହିଁ ଆପଣ ଅନୁମାନ କରିପାରୁଥିବେ ଏଠାରେ କେତେ ଭୟଙ୍କର ଦୁର୍ଘଟଣା ଘଟିଥିବ । ଆଉ ଏହି ବାଇକ୍ କୁ ଦେଖି ଆପଣ ଅନୁମାନ କରିପାରୁଥିବେ ଏଥିରେ ଯାଉଥିବା ଲୋକର କ’ଣ ଅବସ୍ଥା ହୋଇଥିବ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା କଣ ଜାଣିବା । ୩୨୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ମାଲକାନଗିରି ନିକଟସ୍ଥ କତାମେଟାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ପିଟିଲେ ଦୁଇ ବାଇକ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣକ ମୃତ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏପଟେ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଦୁର୍ଘଟଣା ଯୋଗୁଁ ପ୍ରତିଦିନ କେତେ ଯେ ଜୀବନ ଯାଉଛି ତାହା ନ କହିବା ଭଲ । ତଥାପି ଥମୁନି ଦୁର୍ଘଟଣା । ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଯାଉଛି ଆଉ ଉଚ୍ଛନ୍ନ ହୋଇଯାଉଛି ଅନେକ ପରିବାର ।

ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସମସ୍ତଙ୍କୁ ଛାଡି ଆରପାରିକୁ ଏମିତି ଅକସ୍ମାତ୍‌ ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଏଭଳି ଦୃଶ୍ୟ ଯେବେ ବି ଆମ ସାମ୍ନାକୁ ଆସେ ଆମେ ଆପଣଙ୍କୁ ଅନୁରୋଧ କରୁ ଟିକେ ସାବଧାନ ରୁହନ୍ତୁ ଯୁବଗୋଷ୍ଠୀ । ଗାଡି ଚଳାଇବା ସମୟରେ ଟିକେ ଧୀରେ ଗାଡି ଚଳାନ୍ତୁ । ପ୍ରତିଦିନ ଏହି ଦୁର୍ଘଟଣା ପାଇଁ ଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ନିଜେ ସତର୍କ ରୁହନ୍ତୁ ଏବଂ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button