ବାଳାଶ୍ରମରୁ ୫ ଶିଶୁ ନିଖୋଜ, ହାଇକୋର୍ଟଙ୍କ ଉଦ୍ବେଗ – Kalinga News

[ad_1]
କଟକ: କଟକ ଖପୁରିଆସ୍ଥିତ ଉତ୍କଳ ବାଳାଶ୍ରମର ଜଣେ ବାଳକ ସହିତ ରାଜ୍ୟର ଅନ୍ୟ ବାଳାଶ୍ରମରୁ ୫ ଜଣ ଶିଶୁ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନ ପାରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ନିଖୋଜ ଶିଶୁଙ୍କ ଉଦ୍ଧାର ପ୍ରସଙ୍ଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଳାଶ୍ରମରୁ ଶିଶୁ ନିଖୋଜ ନେଇ ରୁଜୁ ମାମଲାର ତଦନ୍ତର କଣ ସ୍ଥିତି ରହିଛି ଓ କଣ ଅଗ୍ରଗତି ହୋଇଛି ସେ ନେଇ ଡିଜି ଅବଗତ କରିବେ। ଏହି ପ୍ରସଂଗକୁ ଡିଜି ବ୍ୟକ୍ତିଗତ ଭାବେ ତଦାରଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠ ଅନୁଯାୟୀ ବିଭିନ୍ନ ବାଳାଶ୍ରମରୁ ୫୭ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨ଜଣଙ୍କୁ ଉଦ୍ଧାର କରାଯାଇଛି। କଟକ ଉତ୍କଳ ବାଳାଶ୍ରମରୁ ନିଖୋଜ ଶିଶୁ ସମେତ ୫ଜଣ ଶିଶୁଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ। ୨୦୧୭, ୨୦୧୮, ୨୦୨୧ରୁ ନିଖୋଜ ଥିବା ଶିଶୁ ମଧ୍ୟ ଉଦ୍ଧାର ହୋଇ ପାରି ନାହାନ୍ତି। ଏହା ଏକ ଗୁରୁତର ପ୍ରସଂଗ େବାଲି ହାଇକୋର୍ଟ ମତ ଦେବା ସହିତ ନିଖୋଜ ଶିଶୁଙ୍କ ଉଦ୍ଧାର ଉପରେ ଗୁରୁତ୍ବାରୋପ କରିଥିଲେ।
ସୂଚନା ଅନୁଯାୟୀ ୨୦୨୩, ଅଗଷ୍ଟ ୧୨ରେ ଉତ୍କଳ ବାଳାଶ୍ରମର ଜଣେ ଅନ୍ତେବାସୀ ନିଖୋଜ ହୋଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ନିଖୋଜ ବାଳକକୁ ଠାବ କରାଯାଇ ପାରି ନଥିଲା। ଉତ୍କଳ ବାଳାଶ୍ରମର ସ୍ଥିତି ଓ ବାଳକ ନିଖୋଜ ପ୍ରସଂଗରେ ଜୁଭେନାଇଲ ଜଷ୍ଟିସ କମିଟି ୨୦୨୪, ଏପ୍ରିଲ ୨୪ରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ। ୨୦୨୩, ଅଗଷ୍ଟ ୧୦ରେ ଉତ୍କଳ ବାଳାଶ୍ରମରେ ସଂପୃକ୍ତ ବାଳକକୁ ରଖାଯାଇଥିଲା। କିନ୍ତୁ ଅଗଷ୍ଟ ୧୨ରେ ଉକ୍ତ ବାଳକ ନିଖୋଜ ହୋଇ ଯାଇଥିବା ଜଣା ପଡ଼ିଥିଲା। ୯ ମାସ ପରେ ମଧ୍ୟ ନିଖୋଜ ବାଳକର ପତ୍ତା ଲଗାଇବାରେ କର୍ତ୍ତୃପକ୍ଷ ସଫଳ ହୋଇ ପାରି ନାହାନ୍ତି।
[ad_2]




