କେଜ୍ରିଓ୍ଵାଲଙ୍କ ଘରୁ ସିସିଟିଭି ଭିଡ଼ିଓ ରେକର୍ଡର ଜବତ କଲା ପୁଲିସ – Kalinga News

[ad_1]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସର ଏକ ଟିମ୍ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ମେ ୧୩ ତାରିଖରେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣର ଫୁଟେଜ୍ ପାଇବା ପାଇଁ ପୁଲିସ ଟିମ୍ ସିସିଟିଭି ଡିଭିଆର (ଡିଜିଟାଲ ଭିଡିଓ ରେକର୍ଡର) ସମେତ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିଛି।
ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଫୁଟେଜରେ ଚଞ୍ଚକତା କରାଯାଉଛି ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି।
ବିଭବ କୁମାରଙ୍କୁ ଶନିବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କୁ ଆଜି ୫ଦିନିଆ ରିମାଣ୍ଡରେ ନିଆଯାଇଛି। ପୁଲିସ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଅଦାଲତ ବିଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି।
କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।
ସୂତ୍ରରୁ ପ୍ରକାଶ ଯେ ବିଭବ କୁମାର ପଚରାଉଚରା ସମୟରେ ତାଙ୍କ ଉତ୍ତରରେ ତାଳମେଳ ରହୁନାହିଁ।
ମାଲିୱାଲଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ ବିଭବ କୁମାରଙ୍କ ବିରୋଧରେ ଅସଦାଚରଣ ଏବଂ ଆକ୍ରମଣ ଉଦ୍ୟମ ମାମଲା ରୁଜୁ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଫୁଟେଜରେ ଚଞ୍ଚକତା କରାଯାଉଛି ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି।
[ad_2]