ଅପରାଧ

ସ୍ବାମୀଙ୍କୁ ନିଶା ଦେଇ ସିଗାରେଟ ଚେଙ୍କ: ମହିଳା ଗିରଫ – Kalinga News

[ad_1]

ପତ୍ନୀଙ୍କ ନିର୍ଯାତନାର ପ୍ରମାଣ ପାଇଁ କ୍ୟାମେରା ଲଗାଇଲେ ୟୁପି ଯୁବକ

ବିଜନୋର: ସ୍ବାମୀର ସ୍ତ୍ରୀ-ନିର୍ଯାତନା ଘଟଣା ସାଧାରଣ ହୋଇଥିବା ବେଳେ ସ୍ତ୍ରୀର ସ୍ବାମୀ-ନିର୍ଯାତନା ବିରଳ। କହିଲେ କେହି ବିଶ୍ବାସ କରିବେ ନାହିଁ। ଏଣୁ ବାରମ୍ବାର ସ୍ତ୍ରୀ ଦ୍ବାରା ନିର୍ଯାତନାର ଶିକାର ହେଉଥିବା ଉତ୍ତରପ୍ରଦେଶର ବିଜନୋରରେ ଜଣେ ଯୁବକ ପ୍ରମାଣ ପାଇଁ ଘରେ ସିସିଟିଭି କ୍ୟାମେରା ଲଗାଇଥିଲେ। ଏହି ପ୍ରମାଣ ଭିତ୍ତିରେ ମେହର ଜାହାଁ ନାମକ ଉକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ମେ ୫ ତାରିଖରେ ସେଓହରା ଜିଲ୍ଲା ପୁଲିସ ଗିରଫ କରିଛି। ସ୍ୱାମୀ ମନାନ ଜୈଦୀ ଅଭିଯୋଗ କରିଛନ୍ତି ଯେ, ମେହର ତାଙ୍କୁ ନିଶା ଦେଇ ତାଙ୍କ ହାତଗୋଡ଼ ବାନ୍ଧି ସିଗାରେଟ୍‌ରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିଲେ। ଜୈଦୀ ଘର ଭିତରେ ଥିବା ସିସିଟିଭି ଫୁଟେଜ୍ ପୁଲିସକୁ ପ୍ରଦାନ କରିଥିଲେ, ଯେଉଁଥିରେ ମେହର ଜାହାଁ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା, ହାତଗୋଡ଼ ବାନ୍ଧି ଚେଙ୍କ ଦେବା ସହ ଛାତିରେ ବସି ଗଳା ଚିପିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ମନାନ ଜୈଦିଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ସେ ପୁଲିସରେ ଅଭିଯୋଗ କରିଥିଲେ କିନ୍ତୁ ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନ ଥିଲା। ପୁଲିସ ମେହର ଜାହାଁଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଆକ୍ରମଣ ଓ ନିର୍ଯାତନା ସମେତ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତାଙ୍କୁ ଅଟକ ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button