ଇଭିଏମ୍ ଖରାପ: ମତଦାନରେ ବିଳମ୍ବ – Kalinga News

[ad_1]
ମାଲକାନଗିରି : ମାଲକାନଗିରିର ବଙ୍ଗାଳି ପ୍ରାଥମିକ ବିଦ୍ଯାଳୟ ମତଦାନ କେନ୍ଦ୍ରର ବୁଥ ନଂ ୬୩ ରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ ଖରାପ ହେବା ଯୋଗୁ ମତଦାନ ବିଳମ୍ବ ହୋଇଛି। ଉପସ୍ଥିତ ଅଧିକାରୀମାନେ ଏନେଇ ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ନୂଆପଡା ନିର୍ବାଚନ ମଣ୍ଡଳୀର ନୂଆପଡା ସଦର ୧୦୧ ନମ୍ବର ବୁଥରେ ଇମିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଛି।
ସେହିପରି ମାଟାପାକା ଠାରେ ବୁଥ୍ ନଂ ୮୫ରେ ମକ୍ ପୋଲ ବେଳେ ଭିଭିପାଟ୍ରେ ତ୍ରୁଟି ଦେଖାଦେଇଥିଲା। ସେକ୍ଟର ଅଫିସର ଭିଭିପାଟ୍ ବଦଳାଇ ଭୋଟ ଆରମ୍ଭ କରିଥିଲେ। ମାଲକାନଗିରି ପୌରପରିଷଦର ବିବିଗୁଡା ବୁଥ୍ରେ ମଧ୍ଯ ଇଭିଏମ ତ୍ରୁଟି ଦେଖାଦେଇଛି।
କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ର ରେ ୧୩୯ ବୁଥ ନମ୍ବରରେ ଇଭିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଛି। କୋରାପୁଟ ଜିଲ୍ଲାପାଳ ଏବଂ ତାଙ୍କ ପତ୍ନୀ ଭୋଟ ଦେବାକୁ ଅପେକ୍ଷା କରିଥିଲେ। ମେସିନ ଅଚଳ ଯୋଗୁ ଲୋକେ ଲାଇନରେ ଅପେକ୍ଷା କରିଥିଲେ।
କୁମୁଟିଗୁଡା ବୁଥରେ ମଧ୍ଯ ଇଭିଏମ୍ ମେସିନ୍ ଅଚଳ ହୋଇଛି।
କଳାହାଣ୍ଡି ଭବାନିପାଟଣାରେ ଇଭିଏମ୍ ମେସିନ ଖରାପ ଯୋଗୁ ବୁଥ୍ ନଂ ୧୦୪,୧୦୬,୧୦୫ରେ ମତଦାନ ଆରମ୍ଭ ହୋଇ ନାହିଁ। ଏନେଇ ଭୋଟରଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି।
[ad_2]