ନବୀନ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶହଶହ ସମର୍ଥକ – Kalinga News

[ad_1]
ଭୁବନେଶ୍ବର: ନବୀନ ନିବାସରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଶହଶହ ସମର୍ଥକ ପହଞ୍ଚିଛନ୍ତି। ଯଦୁପୁରର ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି। ଗତଥର ଏକାମ୍ର ନିର୍ବାଚନ ମଣ୍ଡଳୀରେ କେବଳ ତିନୋଟି ୱାର୍ଡରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ୯୨ ପ୍ରତିଶତ ଭୋଟ ମିଳିଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟ ସବୁବେଳେ ବିଜେଡି ସମର୍ଥନରେ ରହିଛି । ତେଣୁ, ଚଳିତ ନିର୍ବାଚନରେ ଶତପ୍ରତିଶତ ଭୋଟ ଦେବୁ ବୋଲି କହିଛନ୍ତି ସମର୍ଥକ। ଏହା ସହ ସେ କରିଥିବା ବିକାଶ ପାଇଁ ଧନ୍ୟବାଦ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ। ରାଜନୈତିକ ଆଲୋଚନା ହେବା ସହ ମସଜିଦ ପାଇଁ ଦିଆଯାଇଥିବା ଅର୍ଥରାଶି ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେମାନେ କହିଛନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ତାଙ୍କୁ ଆମେ ସମର୍ଥନ ଜଣାଇବୁ।
[ad_2]




