ଖେଳ ଖବର

ଆର୍‌ସିବି ଦୌଡ଼ରେ ସାମିଲ – Kalinga News

[ad_1]

ବେଙ୍ଗାଲୁରୁ: ପ୍ରଥମ ୮ ମ୍ୟାଚ୍‌ରୁ ୭ଟିରେ ପରାଜୟ ବରଣ କରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରବର୍ତୀ ୫ରୁ ୫ ଜିତି ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଛି। ହାତରେ ଆଉ ମାତ୍ର ଗୋଟିଏ ମ୍ୟାଚ୍‌ ଥିବାବେଳେ ‌ଫ୍ଲାପ ଡୁ‌ ପ୍ଲେସିସ୍‌ଙ୍କ ଦଳ ସପ୍ତମ ସ୍ଥାନରୁ ପଞ୍ଚମକୁ ଲମ୍ଫ ଦେଇଛି। ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଆର୍‌ସିବି ୪୭ ରନ୍‌ର ବଡ଼ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ନିଜ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଆର୍‌ସିବି ଭେଟିବ ଚେନ୍ନାଇ ସୁପର୍ କିଙ୍ଗ୍ସକୁ। ଏହି ମ୍ୟାଚ୍‌ ଶନିବାର ବେଙ୍ଗାଲୁରୁରେ ଖେଳାଯିବ। ୨୦୦ ରନ୍ ସଂଗ୍ରହ କରି ଅନ୍ୟୁନ ୧୮ ରନ୍‌ରେ ଜିତିଲେ ଆର୍‌ସିବି ଆଗକୁ ବଢ଼ିଯିବା ସମ୍ଭାବନା ରହିଛି।

ରବିବାର ଆର୍‌ସିବିର ୧୮୭ ରନ୍‌କୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ଓଭର ବେଳକୁ ୩୦ ରନ୍‌ରେ ୪ ୱିକେଟ୍ ହରାଇ ଦେବା ପରେ ଆଉ ଲଢ଼ି ପାରିନଥିଲା। ଡେଭିଡ୍ ୱାର୍ଣ୍ଣର, ଜ୍ୟାକ୍‌ ‌‌ଫ୍ରେଜର ମ୍ୟାକ୍‌ଗର୍କ, ଅଭିଷେକ ପୋରେଲ୍‌, କୁମାର କୁଶାଗ୍ରା ଶସ୍ତାରେ ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ମଧ୍ୟକ୍ରମରେ ସାଇ ହୋପ୍ (୨୩ ବଲ୍‌ରୁ ୨୯ ରନ୍) ଏବଂ ଅକ୍ଷର ପଟେଲ୍ (୩୯ ବଲ୍‌ରୁ ୫୭ ରନ୍, ୫‌ ଚୌକା, ୩ ଛକା) କିଛିଟା ପ୍ରତିଆକ୍ରମଣ କରିଥିଲେ ମଧ୍ୟ ଏଥିରୁ ସୁଫଳ ମିଳିନଥିଲା। ୫ ବଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ୧୪୦ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ୟାଶ ଦୟାଲ୍ (୩.୧-୦-୨୦-୩) ସଫଳ ‌ବୋଲର ଭାବେ ଦିଲ୍ଲୀର ସର୍ବାଧିକ କ୍ଷତି ଘଟାଇଥିଲେ। ଲୋକି ଫର୍ଗୁସନ୍, ମହମ୍ମଦ ସିରାଜ, ସ୍ବପ୍ନୀଲ ସିଂହ, କାମେରନ୍ ଗ୍ରିନ୍ ପ୍ରମୁଖ ଅବଶିଷ୍ଟ ୫ ୱିକେଟ୍ ବାଣ୍ଟି ନେଇଥିଲେ। ମ୍ୟାକଗର୍କ ଓ ଷ୍ଟବ୍ସ ରନ୍‌ଆଉଟ୍ ହେବା ଦିଲ୍ଲୀକୁ ଦାବି ଦେଇଥିଲା। ଏହି ପରାଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ୍‌ ଆଶାକୁ ଶକ୍ତ ଝଟକା ଲାଗିଛି। ଋଷଭ ପନ୍ତ୍‌ଙ୍କ ଦଳ ନିଜ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ମଙ୍ଗଳବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଭେଟିବ।

ରବିବାର ଅାର୍‌ସିବି ପାଇଁ ରଜତ ପଟିଦାର ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ପଞ୍ଜାବ କିଙ୍ଗ୍ସ ବିପ‌କ୍ଷ ଗତ ମ୍ୟାଚ୍‌ରେ ୫୫ ରନ୍‌ର ପାଳି ଖେଳିଥିବା ପଟିଦାର ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୫୨ ରନ୍‌ କରିଛନ୍ତି। ପ୍ରଥମ ଦୁଇ ୱିକେଟ୍‌ ୩୬ ରନ୍‌ରେ ହରାଇବା ପରେ ପଟିଦାର ଓ ୱିଲ୍‌ ଜ୍ୟାକ୍ସ (୪୧) ତୃତୀୟ ୱିକେଟ୍‌ରେ ୮୮ ରନ୍‌ ଯୋଡ଼ି ମୂଳଦୁଆ ଦୃଢ଼ କରିଥିଲେ। ଉଭୟ ୧୩ ରନ୍‌ ଭିତରେ ଆଉଟ୍‌ ହୋଇଯିବାରୁ ଦଳ ରନ୍‌ ସଂଗ୍ରହ ଲାଗି ସଂଘର୍ଷ କରିଥିଲା। ୧୪.୪ ଓଭରରେ ୧୩୭/୪ କରିଥିବା ଦଳ ଶେଷ ୫.୨ ଓଭରରେ ୫୦ ରନ ‌ଯୋଡ଼ି ୫ ୱିକେଟ୍‌ ହରାଇଥିଲା। କାମେରନ ଗ୍ରିନ୍‌ ୩୨* (୨୪ ବଲ୍‌) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌କୁ ୧୮୭/୯ରେ ପହଞ୍ଚାଇଥିଲେ। ପ୍ରଥମ ୧୦ ଓଭରରେ ୧୧୦/୨ କରିଥିବା ବେଙ୍ଗାଲୁରୁ ଶେଷ ଓଭରରେ ୭୭ ରନ୍‌ରେ ୭ ୱିକେଟ୍‌ ହରାଇବାରୁ ‌ସ୍କୋର୍‌ ୨୦୦ ପାର୍‌ କରିବାରେ ବିଫଳ ହୋଇଥିଲା। ଖଲିଲ ଅହମ୍ମଦ ଓ ରସିକ ସଲାମ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୮୭/୯ (ରଜତ ପଟିଦାର-୫୨, ୱିଲ୍‌ ଜ୍ୟାକ୍ସ-୪୧, କାମେରନ ଗ୍ରିନ୍‌-୩୨*, ବିରାଟ କୋହଲି-୨୭, ରସିକ ସଲାମ-୨/୨୩, ଖଲିଲ ଅହମ୍ମଦ-୨/୩୧)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ ୧୪୦/୧୦ (ଅକ୍ଷର ପଟେଲ୍‌-୫୭, ସାଇ ହୋପ୍‌ -୨୯, ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ-୨୧, ୟାଶ ଦୟାଲ-୩/୨୦, ଲୋକି ଫର୍ଗୁସନ୍‌-୨/୨୩, ସ୍ବପ୍ନୀଲ ସିଂହ-୧/୯, କାମେରନ୍ ଗ୍ରିନ୍‌-୧/୧୯, ମହମ୍ମଦ ସିରାଜ-୧/୩୩)।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button