ରାଜନୀତି

ଆଜି ଜନତା ବାଛିବେ ନୂଆ ନେତା: କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବ୍ରହ୍ମପୁରରେ ଭୋଟ୍ – Kalinga News

[ad_1]

୨୭୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସମେତ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଥିବା ୬୨,୮୭,୨୨୨ ଜଣ ମତଦାତା ସେମାନଙ୍କର ପସନ୍ଦର ନେତା ବାଛିବେ। ନିର୍ବାଚନ ମଇଦାନରେ ୩୨ଟି ଆସନ ପାଇଁ ୨୭୧ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୨ଜଣ ନେତାଙ୍କୁ ବାଛିବେ ଭୋଟର। ଯେଉଁ ନେତା ଯେପରି ଲୋକଙ୍କ ମନ ଜିଣିଥିବେ ସେହିପରି ଭୋଟ୍ ପାଇବେ। ଆଉ ଜୁନ୍‌ ୪‌ରେ ଜନତାଙ୍କ ପସନ୍ଦର ନେତା ହିଁ ବିଜୟ ମୁକୁଟ ପିନ୍ଧିବେ।

ସୋମବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ‌େମାଟ୍ ୭୩୦୩ଟି ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ୍ ଦେବାକୁ ଥିବାବେଳେ ସବୁ ବୁଥ୍‌ରେ ଯେପରି ମତଦାତାଙ୍କୁ ସୁଖଦ ଅନୁଭୂତି ମିଳିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମସ୍ତ ବୁଥ୍‌ରେ ପୁଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି। ମେ’ ୧୧ରେ ୩୯୧୨ଟି ପୁଲିଂ ପାର୍ଟି ଓ ମେ’ ୧୨ରେ ୩୩୯୧ଟି ପୁଲିଂ ପାର୍ଟି ବୁଥ୍‌କୁ ଯାଇଛନ୍ତି। ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ୬ଟି ବୁଥ୍‌ ପାଇଁ ପୁଲିଂ ପାର୍ଟିଗୁଡ଼ିକୁ ଏୟାର ଡ୍ରପ୍‌ କରାଯାଇଛି। ଅନେକ ଅଞ୍ଚଳକୁ ଡଙ୍ଗାରେ ନଦୀ ପାରି ହୋଇ ପୁଲିଂ ପାର୍ଟିଗୁଡ଼ିକ ଯାତ୍ରା କରିଛନ୍ତି। ୪ଟି ସଂସଦୀୟ କ୍ଷେତ୍ରର ସମସ୍ତ ମତଦାତା ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅପିଲ୍ କରିଛନ୍ତି। ସୂଚନାଯୋଗ୍ୟ ଯେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ନକ୍ସଲ ପ୍ରଭାବିତ, ସମ୍ବେଦନଶୀଳ ବୁଥ୍‌ରେ ଅପରାହ୍ନ ୪ଟା ଏବଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button